ବିଧାନସଭାରେ ଉଠିଲା ଦେଓମାଳି ପ୍ରସଙ୍ଗ, ଅସନ୍ତୋଷ ଝାଡିଲେ ତାରା

Published By : Prameya-News7 Bureau | November 26, 2022 IST

ଭୁବନେଶ୍ୱର ୨୬/୧୧: ବିଧାନସଭାରେ ଉଠିଲା ଦେଓମାଳି ପ୍ରସଙ୍ଗ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତି ପ୍ରସଙ୍ଗ ଉଠାଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ୨୦ବର୍ଷ ଭିତରେ କେତେ ଟଙ୍କା ଖର୍ଚ୍ଚ କରିଛ ଦେଓମାଳି ପର୍ଯ୍ୟଟନର ବିକାଶ ପାଇଁ । ଦେଓମାଳି ପର୍ବତମାଳାକୁ ସରକାରୀ ପର୍ଯ୍ୟଟନ ମାନ୍ୟତା ନ ଦେବାର କାରଣ କଣ ଏବଂ କିଏ କିଏ ଏଥିରେ ପ୍ରତି ବନ୍ଧକ ସାଜିଛନ୍ତି ତାହାର ଉତ୍ତର ମାଗିଲେ । ଉପକୂଳ ଅଞ୍ଚଳରେ ଯେଉଁ ପରି ବିକାଶ ହେଉଛି କିନ୍ତୁ କୋରାପୁଟ ର ପର୍ଯ୍ୟଟନ ବିକାଶ ପାଇଁ କଣ କରୁଚ କହି ଅସନ୍ତୋଷ ଝାଡିଲେ ତାରା । ସରକାରଙ୍କୁ ତାତ୍ସଲ୍ୟ କରି କହିଲେ କୋରାପୁଟର ବିକାଶ ପାଇଁ ମନ୍ତ୍ରୀ ଦୟାକରି ଟଙ୍କା ଟିଏ ନ ଦିଅନ୍ତୁ ।

ମନ୍ତ୍ରୀଙ୍କ ଉତ୍ତର, ଗୁରୁତର ସହ କୋରାପୁଟ ପର୍ଯ୍ୟଟନର ବିକାଶ କରାଯାଉଛି । ପର୍ଯ୍ୟଟନ କ୍ଷତ୍ରରେ ଆଞ୍ଚଳିକ ବୈଷମ୍ୟ ବାଦ ନାହିଁ । ନୂଆ ପର୍ଯ୍ୟଟନ ସ୍ଥଳୀର ପ୍ରସ୍ତାଵ ଆସିଲେ ଜିଲ୍ଲାପାଳଙ୍କ ଜରିଆରେ ପଦକ୍ଷେପ ନିଆଯିବ । ମନ୍ତ୍ରୀ ଉତ୍ତରରରେ ଅସନ୍ତୋଷ ପ୍ରକାଶ କରି ବାଚସ୍ପତିଙ୍କ ପୋଡିୟମ ତଳେ ବସିଲେ ତାରା । ପର୍ଯ୍ୟଟନ ମନ୍ତ୍ରୀଙ୍କୁ ତାରାଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା ପାଇଁ ବାଚସ୍ପତିଙ୍କ ନିର୍ଦ୍ଦେଶ ପରେ ସାଲୁଜା ଓ ମୋହନ ମାଝୀ ତାରାଙ୍କୁ ବୁଝାଇ ତାଙ୍କ ଆସନ ନେଇଥିଲେ । ସେପଟେ ଖୋଦ ବିଜେଡି ବିଧାୟକ ରାଜ କିଶୋର ଦାସ କହିଛନ୍ତି ଲକ୍ଷେ ଦେଢ଼ ଲକ୍ଷ ଟଙ୍କାରେ କିପରି ପର୍ଯ୍ୟଟନର ବିକାଶ ହେବ ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.