ଦେବଗଡ: ପୃଥକ ସଡକ ଦୁର୍ଘଟଣାରେ ୨ ମୃତ, ୨ ଗୁରୁତର

Published By : Prameya-News7 Bureau | December 15, 2020 IST

ଦେବଗଡ ୧୫।୧୨: ମଙ୍ଗଳବାର ସଂଧ୍ୟାରେ ଦେବଗଡ ଜିଲ୍ଲାର ଦୁଇ ଭିନ୍ନ ଭିନ୍ନ ଜାଗାରେ ଦୁଇଟି ଦୁର୍ଘଟଣା ଘଟି ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ରିଆମାଳ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ରେଙ୍ଗାଳବେଡା ଠାରେ ମିନି ଟ୍ରକ ବାଇକ୍‌କୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ଧିରେନ୍ଦ୍ର ସାହୁ। ଅନ୍ୟ ଏକ ଘଟଣାରେ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁଶପଙ୍ଗା ଗ୍ରାମରେ ରାଞ୍ଚି- ବିଜୟୱାଡା ରାସ୍ତାରେ ସଡକ ଦୁର୍ଘଟଣାରେ ଜଣଙ୍କର ପ୍ରାଣହାନୀ ଘଟିଛି।

ସୂଚନା ଅନୁଯାୟୀ  ମୃତ ଧିରେନ୍ଦ୍ର ତାଙ୍କ ଛୋଟ ଝିଅ ଓ ବଡବାପାଙ୍କ ସହ ଦେବଗଡ ସହରକୁ ଆସି ସଂଧ୍ୟାରେ ବାଇକ ଯୋଗେ ଘରକୁ ଫେରୁଥିଲେ। ହେଲେ ରେଙ୍ଗାଳବେଡାଠାରେ ଏକ ମିନିଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ହେଲେ  କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ରତାଖଣ୍ଡି ଗ୍ରାମର ଧିରେନ୍ଦ୍ର ସାହୁ ।

ସେହିଭଳି କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁଶପଙ୍ଗା ଗ୍ରାମରେ ରାଞ୍ଚି- ବିଜୟୱାଡା ରାସ୍ତାରେ ସଡକ ଦୁର୍ଘଟଣା ଯୋଗୁଁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଏକ ବାଇକରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା ଜଣାପଡିଛି। ମୃତକଙ୍କ ପରିଚୟ ମିଳିନଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.