ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ଦେବଗଡ ପୌର ପରିଷଦରେ ଦୁର୍ନୀତିର ଲମ୍ବା ଚେର, କ’ଣ କରୁଥିଲେ ଜିଲ୍ଲାପାଳ ? ଥାନାର ଦ୍ଵାରସ୍ଥ ହେଲେ ସଫେଇ କର୍ମଚାରୀ ସଂଘ

11/07/2022 at 10:49 PM

ଦେବଗଡ : ରାଜ୍ୟର ଅନ୍ୟତମ ଶତାୟୁ ପୌର ପରିଷଦ ଦେବଗଡ ପୌର ପରିଷଦରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ଫର୍ଦ୍ଦ ଲମ୍ବିବାରେ ଲାଗିଛି । ପୂର୍ବରୁ ପୌର ପରିଷଦର ଆକାଉଣ୍ଟାଣ୍ଟଙ୍କ ନାମରେ ମାମଲା ରୁଜୁ ହୋଇଥିବା ବେଳେ ଏବେ ଖୋଦ୍ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ନାମରେ ମାମଲା ଥାନାରେ ପହଞ୍ଚିଛି। ଅଭିଯୋଗର ଗୁରୁତ୍ବକୁ ଉପଲବ୍ଧି କରି ଥାନାରେ ନିର୍ବାହୀ ଅଧିକାରୀଙ୍କ ନାମରେ ଠକେଇ ମାମଲା ରୁଜୁ ହେବା ସହ ତଦନ୍ତ ଆରମ୍ଭ ହୋଇଛି। ସବୁଠୁ ବିଡମ୍ବନାର ବିଷୟ ଖୋଦ୍ ଜିଲ୍ଲାପାଳ ପୌର ପରିଷଦର ଦାୟିତ୍ଵରେ ଥିବା ବେଳେ ବ୍ୟାପକ ଦୁର୍ନୀତି ହୋଇଛି।

୧୯୦୪ ମସିହାରେ ପ୍ରତିଷ୍ଠିତ ରାଜ୍ୟର ଅନ୍ୟତମ ପୌର ପରିଷଦ ଦେବଗଡ ପୌର ପରିଷଦରେ ଦୁର୍ନୀତି ହୋଇଥିବା ଅଭିଯୋଗ । ତିନି ବର୍ଷ ତଳେ ନିର୍ବାଚିତ କାଉନସିଲ ଭାଙ୍ଗିବା ପରେ ପୌର ପରିଷଦର କାର୍ଯ୍ୟଭାର ପ୍ରଶାସନ ପାଖରେ ରହିଥିଲା ଓ ଖୋଦ ଜିଲ୍ଲାପାଳ ଅଧ୍ୟକ୍ଷ ଦାୟିତ୍ବରେ ରହିଥିଲେ। ଜିଲ୍ଲାପାଳଙ୍କ ହାତରେ ପୌର ପରିଷଦର କାର୍ଯ୍ୟଭାର ପ୍ରାୟ ତିନି ବର୍ଷ ରହିଥିବା ବେଳେ ଏହି ସମୟ ମଧ୍ୟରେ ବ୍ୟାପକ ଦୂର୍ନୀତି ହୋଇଥିବା ଅଭିଯୋଗ ହୋଇଛି ।

ଅବସରପ୍ରାପ୍ତ କର୍ମଚାରୀଙ୍କ ତେର ଲକ୍ଷ ଟଙ୍କା ହଡପ ଘଟଣା, ସ୍କ୍ରାପ୍ ବିକ୍ରିରେ ଦୁର୍ନୀତି,  ପୌର ପରିଷଦରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ ସଫେଇ କର୍ମଚାରୀ ମାନଙ୍କ ଇପିଏଫ ଟଙ୍କା ହଡପ ଘଟଣା ପଦାକୁ ଆସିଥିବା ବେଳେ ଆହୁରି ଅନେକ ବାଟରେ ସରକାରୀ ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଛି। ବିଭିନ୍ନ ଦୁର୍ନୀତି  ନେଇ ଦେବଗଡ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି । ସଫେଇ କର୍ମଚାରୀ ମାନଙ୍କ ଇପିଏଫ ଟଙ୍କା ଜମା ନ କରାଯାଇ ହଡପ ହୋଇଥିବା ଅଭିଯୋଗ ହୋଇଛି।  

ପୌର ପରିଷଦ ଚତୁର୍ଥ ଶ୍ରେଣୀ ସଫେଇ କର୍ମଚାରୀ ସଂଘ ପକ୍ଷରୁ ଲିଖିତ ଅଭିଯୋଗ ଦେବଗଡ ଆଦର୍ଶ ଥାନାରେ ଦିଆଯାଇଛି । ଅଭିଯୋଗ ଅନୁଯାୟୀ ଦେବଗଡ ପୌର ପରିଷଦ ରେ ପ୍ରାୟ ୮୦ ଜଣ ଚତୁର୍ଥ ଶ୍ରେଣୀ ସଫେଇ କର୍ମଚାରୀ କାର୍ଯ୍ୟରତ ଥିବାବେଳେ ସେମାନଙ୍କ ପ୍ରାପ୍ୟ ରୁ ଇପିଏଫ ବାବଦରେ ମାସିକ ପ୍ରାୟ ଏକ ହଜାର ଟଙ୍କା ଲେଖାଏଁ କଟାଯାଇଥାଏ । ମାତ୍ର ୨୦୨୧ ମସିହା ଜୁନ ମାସ ଠାରୁ ଚଳିତବର୍ଷ ଜୁନ୍ ମାସ ପର୍ଯ୍ୟନ୍ତ ପ୍ରାୟ ନଅ ଲକ୍ଷ ଟଙ୍କା କର୍ମଚାରୀ ମାନଙ୍କ ଇପିଏଫ ଆକାଉଣ୍ଟରେ ଜମା ନକରି ହଡପ କରାଯାଇଥିବା ଜଣାପଡ଼ିଛି ।

କିଛି କର୍ମଚାରୀ ରାଉରକେଲା ସ୍ଥିତ ଇପିଏଫ କାର୍ଯ୍ୟାଳୟକୁ ଯାଇ ସେମାନଙ୍କ ଇପିଏଫ ଟଙ୍କା ସମ୍ପର୍କରେ ଯାଞ୍ଚ କଲାପରେ ଏହି ଟଙ୍କା ହଡପ ଘଟଣା ପଦାକୁ ଆସିଛି। ଏନେଇ ପୌର ପରିଷଦର ସଫେଇ କର୍ମଚାରୀ ମାନେ ଦେବଗଡ ଆଦର୍ଶ ଥାନାରେ ନିର୍ବାହୀ ଅଧିକାରୀ ଅତସୀ ପରିଡା ଓ ଅନ୍ୟ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଥାନା ରେ ନିର୍ବାହୀ ଅଧିକାରୀ ଅତସୀ ପରିଡା ଓ ତତ୍କାଳୀନ ଆକାଉଣ୍ଟାଣ୍ଟ ବିନୋଦ କୁମାର ନାଗଙ୍କ ନାମରେ ଦଫା ୪୨୦, ୪୦୯, 3୪ ଆଇପିସି ଅନୁଯାୟୀ ମାମଲା ଋଜ ହୋଇଛି ।

ଅନ୍ୟ ପକ୍ଷରେ ପୌର ପରିଷଦ ନିର୍ବାହୀ ଅଧିକାରୀ ଅତସୀ ପରିଡାଙ୍କ କହିବା କଥା ଏହି ଦୂର୍ନୀତିରେ ତାଙ୍କର କୌଣସି ପ୍ରକାର ସଂପୃକ୍ତି ନାହିଁ । ସେ ଆକାଉଣ୍ଟାଣ୍ଟଙ୍କ ଗପଲତି ସମ୍ପର୍କରେ ଆଭାସ ପାଇବା ପରେ ତୁରନ୍ତ ଉଚ୍ଚ ଅଧିକାରୀଙ୍କୁ ଚିଠି ଲେଖି ଜଣାଇ ଥିଲେ। ସେପଟେ ଦୁର୍ନୀତି ଅଭିଯୋଗ ପରେ ଭୁବନେଶ୍ଵରରୁ ସ୍ବତନ୍ତ୍ର ଅଡିଟ ଟିମ ଆସି କାଗଜପତ୍ର ଯାଞ୍ଚ କରୁଥିବା ବେଳେ ଏଥିରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଦୁର୍ନୀତି ହୋଇଥିବା ପ୍ରମାଣ ମିଳିଛି । ଏଭଳି କ୍ଷେତ୍ରରେ ଗତ ତିନି ବର୍ଷ ଭିତରେ ପୌର ପରିଷଦ ପକ୍ଷରୁ ଖର୍ଚ୍ଚ କରାଯାଇଥିବା ସମସ୍ତ ପ୍ରକାର ଟଙ୍କାର ତଦନ୍ତ ହେଲେ ଅନେକ କଥା ସାମନାକୁ ଆସିବ ବୋଲି ସାଧାରଣରେ ଦାବି ହୋଇଛି।

   Related Posts