ଦେବଗଡରେ କଂଗ୍ରେସ ପକ୍ଷରୁ ବନ୍ଦ ପାଳନ
8/06/2018 at 5:34 AM

ଦେବଗଡରେ କଂଗ୍ରେସ ପକ୍ଷରୁ ବନ୍ଦ ପାଳନ । ଭୂମିହୀନଙ୍କୁ ପଟ୍ଟା ଓ ଆଦିବାସୀଙ୍କୁ ଜଙ୍ଗଲ ଜମି ପ୍ରଦାନ ଦାବିରେ ୬ ଘଣ୍ଟିଆ ବନ୍ଦ ପାଳନ କରିଛି ଜିଲ୍ଲା କଂଗ୍ରେସ । ଦୋକାନ ବଜାର ଖୋଲା ରହିଥିଲେ ବି ସରକାରୀ ଅଫିସ, ବ୍ୟାଙ୍କ, ଶିକ୍ଷାନୁଷ୍ଠାନ ଆଦି ବନ୍ଦ ରହିଛି ।
ସହର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ 53କୁ ପୁରୁଣା ପୋଷ୍ଟ ଅଫିସ ଛକରେ ଅବରୋଧ କରିଛନ୍ତି ଆନ୍ଦୋଳନକାରୀ । ଏଥି ସହ ବିଭିନ୍ନ ଛକରେ କଂଗ୍ରେସ କର୍ମୀ ମାନେ ପିକେଟଂ କରି ବିଭିନ୍ନ ସ୍ଥାନରେ ବନ୍ଦ କରିଛନ୍ତି ।
Related Posts
କାର୍ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ମାଫିଆ ଗିରଫ
1 June 2023