ଦୀର୍ଘ ୨୯ବର୍ଷ ପରେ ପୂରଣ ହେଲା ବିଜୁ ବାବୁଙ୍କ ସ୍ୱପ୍ନ, ସରିଲା ଦେଓ ପ୍ରକଳ୍ପ, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | August 12, 2022 IST

କରଞ୍ଜିଆ, , ୧୨/୦୮:  ଦୀର୍ଘ ୨୯ ବର୍ଷ ପରେ ବିଜୁ ବାବୁଙ୍କ ସ୍ୱପ୍ନ ପୂରଣ ହୋଇଛି। ୨୯ ବର୍ଷ ପୂର୍ବେ ଚାଷୀଙ୍କ ପାଇଁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ  ସ୍ବପ୍ନ  ଦେଖିଥିଲେ, ଆଜି ଏହାକୁ ନବୀନ ବାବୁ ପୂରଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ବ୍ଲକ ରେ ଥିବା ହତିବାରି ଠାରେ ଥିବା ଦେଓ ଜଳସେଚନ ପ୍ରକଳ୍ପ ଉଦଘାଟନ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଯୋଗ ଦେଇଥିଲେ । ଆଜି ଦିନ ୧୧.୪୦ ମିନିଟ ସମୟରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପକୁ ଉଦଘାଟନ କରିଥିଲେ । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ମୟୁରଭଂଜ ଏବଂ କେନ୍ଦୁଝର ଜିଲ୍ଲାର ୧୦୦ ଟି ଗ୍ରାମର ୯,୯୦୦ ହେକ୍ଟର ଚାଷ ଜମିରେ ଜଳ ସେଚନ ହେବାର ଲକ୍ଷ ରଖାଯାଇଛି । ଏହି ପ୍ରକଳ୍ପ ପାଇଁ ୯୧୪ କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.