ବ୍ଲକ ଶିକ୍ଷା ଅଧିକାରୀଙ୍କ ମନମାନି ନେଇ ଉତ୍ତେଜନା, ଅଫିସ ଘେରିଲେ ଗ୍ରାମବାସୀ

Published By : Prameya-News7 Bureau | October 28, 2022 IST

ଢେଙ୍କାନାଳ ୨୮/୧୦: ସ୍କୁଲରେ ରହିଛି ପ୍ରଥମରୁ ୮ମ ଶ୍ରେଣୀ । ଆଉ ପିଲା ସଂଖ୍ୟା ୧୭୨କୁ ମାତ୍ର ୪ଜଣ ଶିକ୍ଷକ । ଏଭଳି ନିଆଣ୍ଟିଆ ଶିକ୍ଷାକକୁ ନେଇ ଶିକ୍ଷାଦାନ ସମସ୍ୟା ନେଇ ଚିନ୍ତାରେ ପଡିଯାଇଛନ୍ତି ଅଭିଭାବକ ଆଉ ଗ୍ରାମବାସୀ । ଏପରିସ୍ଥଳେ ପୁଣି ପ୍ରଧାନ ଶିକ୍ଷକ ଙ୍କ ସମେତ ୨ଜଣ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ଯାହାକୁ ନେଇ ଢେଙ୍କାନାଲ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଦୁର୍ଗାପ୍ରସାଦ ଗ୍ରାମବାସୀଙ୍କ ଅସନ୍ତୋଷ ଆନ୍ଦୋଳନର ରୂପ ନେଇଛି ।

ଦୁର୍ଗାପ୍ରସାଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତି ବ୍ଲକ ଶିକ୍ଷା ଅଧିକାରୀଙ୍କ ଏପରି ମନ ମାନିର ତୀଵ୍ର ପ୍ରତିବାଦ କରିଛନ୍ତି ଗ୍ରାମବାସୀ । ଦୁର୍ଗାପ୍ରସାଦ ଶତାଧିକ ମହିଳା ଓ ପୁରୁଷ ଶୁକ୍ରବାର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି ।

ବିଇଓଙ୍କ ମନମାନି ବିରୋଧରେ ନାରା ବାଜି କରିବା ସହ ପ୍ରଧାନ ଶିକ୍ଷକ ସମେତ ଦୁଇ ଶିକ୍ଷକଙ୍କ ବଦଳି ବାତିଲ ଦାବିରେ ଅଡିବସିଛନ୍ତି ଗ୍ରାମବାସୀ । ଫଳରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତ୍ୱେଜନା ପ୍ରକାଶ ପାଇଛି । ଟାଉନ ପୁଲିସ ପହଁଞ୍ଚି ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.