ଆଗାମୀ ୨୪ ଘଣ୍ଟା ମଧ୍ୟରେ ୬ ଜିଲ୍ଲାକୁ ଘନ କୁହୁଡ଼ି ଆଶଙ୍କା; ଜିଲ୍ଲାପାଳମାନଙ୍କୁ SRCଙ୍କ କାର୍ଯ୍ୟାଳୟରୁ ଚିଠି

Published By : Prameya-News7 Bureau | January 12, 2023 IST

ଭୁବନେଶ୍ୱର ୧୨/୦୧: ଗୁରୁବାର ରାତି ଓ ଶୁକ୍ରବାର ସକାଳେ ୬ ଜିଲ୍ଲାରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ଟୁଇଟ୍‌ କରି ସୂଚନା ଦେଇଛି। ଅନୁଗୁଳ, ଢେଙ୍କାନାଳ, କଟକ, କେନ୍ଦୁଝର, ଯାଜପୁର, ଖୋର୍ଦ୍ଧା ଜିଲ୍ଲାର ଗୋଟିଏ ଦୁଇଟି ଏହି ଘନ କୁହୁଡ଼ି ହେବାର ପୂର୍ବାନୁମାନ କରାଯାଇଛି।

wp:html /wp:html

ଏହି ସମସ୍ତ ଜିଲ୍ଲାରେ ଘନ କୁହୁଡ଼ି ଅନୁଭୂତ ଅଞ୍ଚଳରେ ଦୃଶ୍ୟମାନର ଦୂରତା ୫୦ ରୁ ୨୦୦ ମିଟର ମଧ୍ୟରେ ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳ କରାଯାଇଛି। ଏନେଇ ଉପରୋକ୍ତ ସମସ୍ତ ଜିଲ୍ଲାର  ଜିଲ୍ଲାପଳମାନଙ୍କୁ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟରୁ କରାଯାଇଛି। ସେପଟେ କୁହୁଡ଼ିଜନିତ ଦୁର୍ଘଟଣା ଏଡ଼ାଇବାକୁ ପୋଲିସ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।

wp:html /wp:html

ଅନ୍ୟପଟେ ଉଷ୍ମ-ଜଳୀୟବାଷ୍ପ ପୂର୍ଣ୍ଣ ସାମୁଦ୍ରିକ ବାୟୁର ପ୍ରଭାବ ବଢ଼ିବା ସହିତ ଆଗାମୀ ୨ ଦିନ ମଧ୍ୟରେ ରାତ୍ରି ତାପମାତ୍ରା ୨ ରୁ ୩ ଡ଼ିଗ୍ରୀ ସେଲସିୟସ ଯାଏଁ ବଢ଼ିବା ସହ ଶୀତର ପ୍ରକୋପ କମିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.