ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡିର ଆସ୍ତରଣ ; ଭୁବନେଶ୍ବରକୁ ବିମାନ ସେବା ବାତିଲ୍

Published By : Prameya-News7 Bureau | January 19, 2019 IST

ଭୁବନେଶ୍ବର ୧୯|୧: ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। କେନ୍ଦ୍ରୀୟ ଓ ଉତ୍ତର ଓଡିଶାରେ ଥଣ୍ଡା ଆଉ ୨୪ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ ବୋଲି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏବେ ୧୦ ଡିଗ୍ରୀ ତଳେ ରହିଛି ରାଜ୍ୟର ୧୦ଟି ସହରର ତାପମାତ୍ର । ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଅନୁଗୋଳ,ବୌଦ୍ଧ,ସୋନପୁର, ବଲାଙ୍ଗୀର ଜିଲ୍ଲାରେ ଶୀତ ଲହରୀ ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି । ଟ୍ବିନ୍ ସିଟି କଟକ ଏବଂ ଭୁବନେଶ୍ବରରେ ମଧ୍ୟ ଘନ ଦୁହୁଡି ଦେଖିବାକୁ ମିଳିଛି । ଫଳରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । କହୁଡି ପାଇଁ ଭୁବନେଶ୍ବରକୁ ବିମାନ ଚଳାଚଳ ବାତିଲ ହୋଇଛି ।

{"id":75575}

ଆଞ୍ଚଳିକ ପାଣିପାଗ ବିଭାଗ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ପୁଣି ଥରେ ଫୁଲବାଣୀର ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରେ ଅନୁଗୋଳ ୮.୬, ଝାରସୁଗୁଡା୯.୮, କେନ୍ଦୁଝର ୯.୮, ସୁନ୍ଦରଗଡ ୯.୫, ସମ୍ବଲପୁର ୧୦, ଭବାନୀପାଟଣା ୯.୮, ଟିଟିଲାଗଡ ୯.୫, ସୋନପୁର ୮.୪, ଦାରିଙ୍ଗବାଡି ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.