Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

PowerPoint ସଫ୍ଟୱେରର ସହ ଆବିଷ୍କାରକ ଡେନିସ୍ ଅଷ୍ଟିନଙ୍କ ପରଲୋକ

10/09/2023 at 6:18 PM

ସାନଫ୍ରାନସିସ୍କୋ ୧୦।୯: ଡେନିସ୍ ଅଷ୍ଟିନ, ଯିଏ ୩୬ ବର୍ଷ ପୂର୍ବେ କମ୍ପ୍ୟୁଟର ପାୱାର ପଏଣ୍ଟ ସଫ୍ଟୱେରର ସହ-ଆବିଷ୍କାର କରିଥିଲେ, ଯାହାକୁ ଏବେବି ଲକ୍ଷଲକ୍ଷ ଲୋକେ ବ୍ୟବହାର କରୁଛନ୍ତି ତାଙ୍କର ପରଲୋକ ହୋଇଛି। ଦି ୱାସିଂଟନ ପୋଷ୍ଟ ରିପୋର୍ଟ ଅନୁସାରେ ଅଷ୍ଟିନଙ୍କ ପରଲୋକ ଆମେରିକାରେ ହୋଇଛି। ୭୬ ବର୍ଷ ବୟଷ୍କ ଅଷ୍ଟିନ ଫୁସଫୁସ୍ କ୍ୟାନସରରେ ପ୍ରାଣ ହରାଇଛନ୍ତି। ସଫ୍ଟୱେର ଫାର୍ମ ‘ଫୋରଥଟ୍’ ୧୯୮୭ ମସିହାରେ ଜାରି କରିଥିବା ପାୱାରପଏଣ୍ଟ ଓଭର ହେଡ ପ୍ରୋଜେକ୍ଟରର ଡିଜିଟାଲ ଉତ୍ତରାଧିକାରୀ ଥିଲେ।

ଏହି ପାୱାରପଏଣ୍ଟ ସଫ୍ଟୱେର ସ୍ଲାଇଡ ତିଆରି କରିବାର ଶ୍ରମ-ସାଧ୍ୟ ପ୍ରକ୍ରିୟାକୁ ବଦଳାଇଦେଇଥିଲା। କମ୍ପାନୀ ୧୯୮୭ ମସିହାରେ ଏହି ସଫ୍ଟୱେର ଜାରି କରିଥିଲେ, ଯାହାକୁ ମାଇକ୍ରୋସଫ୍ଟ୧.୪ କୋଟି ଡଲାରରେ କିଣି ନେଇଥିଲେ। ୧୯୯୩ ମସିହା ସୁଦ୍ଧା ୧୦ କୋଟି  ଡଲାରର  ପାୱାରପଏଣ୍ଟ ବିକ୍ରି ହୋଇଥିଲା।  ମାଇକ୍ରୋ ସଫ୍ଟ ତାଙ୍କ ୱାର୍ଡ ସହିତ ଅଫିସ୍ ପ୍ରଡକ୍ଟ ସୁଇଟ୍‌ରେ ପାୱାରପଏଣ୍ଟକୁ ଆଡ କରିଥିଲେ। ଅଷ୍ଟିନ ୧୯୮୫ରୁ ୧୯୯୬ରେ ଅବସର ନେବା ପର୍ଯ୍ୟନ୍ତ ପାୱାର ପଏଣ୍ଟର ପ୍ରାଥମିକ ଡେଭଲପର ଭାବେ କାର୍ଯ୍ୟ କରିଥିଲେ।

ରିପୋର୍ଟ ଅନୁସାରେ ଏବେ ଦୈନିକ ୩ କୋଟିରୁ ଅଧିକ ପ୍ରେଜେଣ୍ଟେସନ ବନେଇବା ଲାଗି ଲୋକେ ପାୱାରପଏଣ୍ଟର ଉପଯୋଗ କରୁଛନ୍ତି। ଅଷ୍ଟିନଙ୍କ ଜନ୍ମ ୨୮ ମେ ୧୯୪୭ରେ ପିଟସ୍‌ବର୍ଗରେ ହୋଇଥିଲା। ସେ ଭର୍ଜିନିଆ ବିଶ୍ୱବିଦ୍ୟାଳୟରେ ଇଞ୍ଜିନିୟରିଂ ପଢିଥିଲେ। ବ୍ୟାଟେରୀ ଚାଳିତ ଲାପଟପ ଉପରେ କାମ କରୁଥିବା ଏକ ଫାର୍ମରୁ ଅଷ୍ଟିନ ବହିଷ୍କୃତ ହେବା ପରେ ୧୯୮୪ ମସିହାରେ ତାଙ୍କୁ ଫରଥଟ୍‌ରେ ନିଯୁକ୍ତି ମିଳିଥିଲା। ଫରଥଟକୁ ଆପଲର ଦୁଇ ଜଣ କର୍ମଚାରୀ ସ୍ଥାପନା କରିଥିଲେ। ମାଇକ୍ରୋସଫ୍ଟ  ଦ୍ୱାରା ଫରଥଟ୍ ଅଧିଗୃହୀତ ହେବା ପରେ ଅଷ୍ଟିନ୍ ପାୱାରପଏଣ୍ଟ ଡେଭଲପ କାମର ନେତୃତ୍ୱ ନେଇଥିଲେ। ସେ ୧୯୯୬ରେ ଚାକିରୀରୁ ଅବସର ନେଇଥିଲେ।    

   Related Posts