ରୂପ ବଦଳାଉଛି ଡେଙ୍ଗୁ ଭୂତାଣୁ, ଲିଭର ଉପରେ କରୁଛି ଆକ୍ରମଣ, ରହୁଛି ଡ୍ୟାମେଜ ହେବାର ଭୟ

Published By : Prameya-News7 Bureau | November 13, 2022 IST

କାନପୁର ୧୩।୧୧: ଡେଙ୍ଗୁ ଏକ ଘାତକ ରୋଗ, ଯାହାର ସମୟରେ ଚିକିତ୍ସା କରାଯାଇ ନ ପାରିଲେ ଏହା ପ୍ରାଣଘାତି ମଧ୍ୟ ହୋଇପାରେ। ଏଗି ରୋଗ ମଶା କାମୁଡା ଯୋଗୁ ବ୍ୟାପିଥାଏ। ଡେଙ୍ଗୁ ଭାଇରସ ଆହୁରି ଘାତକ ହୋଇ ଏବେ ଲିଭର ସଂକ୍ରମିତ କରୁଥିବା ପ୍ରଥମଥର ଜଣାପଡିଛି। ଲିଭର ଏଞ୍ଜାଇମ ବଢାଇ ଡେଙ୍ଗୁ ରୋଗୀଙ୍କ ହାତଗୋଡ ଠେଙ୍ଗା କରିଦେବା, ଯନ୍ତ୍ରଣା ଓ ଫୁଲା ଆଦି ସମସ୍ୟା ସୃଷ୍ଟି କରୁଛି। ଏ କଥା ଜଣାପଡିବା ପରେ ଡାକ୍ତର ମଧ୍ୟ ଚିନ୍ତାରେ ପଡିଛନ୍ତି। କାରଣ ରୋଗୀଙ୍କ ଠାରେ ଏପରି ଲକ୍ଷଣ ସେମାନଙ୍କ ଲିଭର ଡ୍ୟାମେଜ କରିବାର ବିପଦ ସୃଷ୍ଟି କରୁଛି।

ଉତ୍ତରପ୍ରଦେଶ କାନପୁର ସହରସ୍ଥିତ ଜିଏସଭିଏମ ମେଡିକାଲ କଲେଜରେ ଗ୍ୟାଷ୍ଟ୍ରୋ ବିଭାଗରେ ଏପର୍ଯ୍ୟନ୍ତ ଏହିପରି ୮୭ଟି ରିପୋର୍ଟ ହୋଇସାରିଲାଣି। ଏଥିରୁ ୩ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିଲା। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗ୍ୟାଷ୍ଟ୍ରୋ ବିଭାଗର ମୁଖ୍ୟ ଡାକ୍ତର ମଧ୍ୟ ଡେଙ୍ଗୁ ରୂପ ବଦଳାଉଥିବା ସ୍ୱୀକାର କରିଛନ୍ତି। ଏଣୁ ଯେଉଁ ଡେଙ୍ଗୁ ରୋଗୀର ପେଟରେ ଯନ୍ତ୍ରଣା ହେଉଛି ସେମାନଙ୍କର ଟେଷ୍ଟ କରାଯାଉଥିବା ଡାକ୍ତର କହିଛନ୍ତି।

{"id":708864,"sizeSlug":"full","linkDestination":"none"}

ଡେଙ୍ଗୁ ଜ୍ୱର ଆରମ୍ଭର ୨ ଦିନ ପର୍ଯ୍ୟନ୍ତ ସାଧାରଣ ଭାଇରାଲ ପରି ଲକ୍ଷଣ ଦେଖାଉଛି। ତେବେ ପରେ ରୋଗୀଙ୍କ କମ୍ପ୍ଲିକେସନ ସାମ୍ନାକୁ ଆସୁଥିବା ଡାକ୍ତର କହିଛନ୍ତି। ଏଣୁ ଡେଙ୍ଗୁରେ ଆକ୍ରାନ୍ତ ରୋଗୀଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟର ଧ୍ୟାନ ରଖିବା ଜରୁରି ବୋଲି ଡାକ୍ତର କହିଛନ୍ତି। କିଛି ବର୍ଷରେ ଡେଙ୍ଗୁ ସମେତ ସବୁ ଭୂତାଣୁଙ୍କ ଡିଏନଏରେ ପରିବର୍ତ୍ତନ ହୋଇଥାଏ। ବଞ୍ଚି ରହିବା ପାଇଁ ଭୂତାଣୁ ନିଜେ ନିଜର ଉତପରିବର୍ତ୍ତନ କରିଥାଏ। ଏଣୁ ପରିବର୍ତ୍ତନ ପରେ ଭୂତାଣୁ ଆକ୍ରମଣର ଲକ୍ଷଣ ବଦଳି ଯାଇଥାଏ।

ଏଣୁ ଡେଙ୍ଗୁ ଅଥବା ଭାଇରାଲ ଜ୍ୱରରେ ଯଦି ପେଟର ଡାହାଣ ପାର୍ଶ୍ୱରେ ଯନ୍ତ୍ରଣା ହୁଏ ତେବେ ତୁରନ୍ତ ସତର୍କ ହୋଇ ଯାଆନ୍ତୁ। ଡକ୍ଟରଙ୍କୁ ଦେଖାଇ ପରୀକ୍ଷଣ ଓ ଅଲଟ୍ରା ସାଉଣ୍ଡ କରାନ୍ତୁ। ଡାକ୍ତର ଦେଉଥିବା ଔଷଧ ଓ ପରାମର୍ଶ ଠିକଠିକ ପାଳନ କରନ୍ତୁ। ନିଜେ ଡାକ୍ତର ହେବାକୁ ଚେଷ୍ଟା କରନ୍ତୁନି କି ନିଜେ ଆଣ୍ଟିବାୟୋଟିକ୍ ଚୟନ କରି ଖାଆନ୍ତୁନି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.