କଟକ ୦୪/୦୯: ଭୁବନେଶ୍ୱର ପରେ ଡେଙ୍ଗୁର ହଟସ୍ପଟ ପାଲଟିଛି ସିଲଭର ସିଟି କଟକ । ସହରରେ ଦିନକୁ ଦିନ ସଂକ୍ରମଣ ବଢିବାରେ ଲାଗିଛ । ଏହାରି ଭିତରେ ସି ଏମ୍ ସି ପ୍ରଶାସନର ଚରମ ଅବହେଳା କରୁଥିବା ସାମ୍ନାକୁ ଆସିଛି । ସହରର ଵିଭିନ୍ନ ଯାଗାରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିଵା ଯୋଗୁଁ କିଛି ସ୍ଥାନରେ ଡ୍ରେନ ଓ ବର୍ଷା ପାଣି ଜମି ରହୁଛି ।
ଫଳରେ ସମ୍ପୃକ୍ତ ଅଞ୍ଚଳରେ ଡେଙ୍ଗୁ ଓ ଝାଡାବାନ୍ତିର ପ୍ରକୋପ ଦେଖିବାକୁ ମିଳିଛି । ମାତ୍ର ଏସବୁ ପ୍ରତି ସି ଏମ୍ ସି ଆଖି ଵୁଜିଦେଇଥିଵା ଅଭିଯୋଗ ହୋଇଛି । କଟକର ୫୦ ନମ୍ବର ଓ୍ବାର୍ଡ ର ନେତାଜୀ ନଗର ଅଞ୍ଚଳରେ ଏଭଳି ଅବସ୍ଥା ଯୋଗୁଁ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଵଢିଚାଲିଛି । ସୂଚନା ଥାଉକି, ଗତ କିଛିଦିନ ତଳେ କଟକ ଜିଲ୍ଲା ମହାନଗର ନିଗମ ଅଧୀନରେ ୯୦ରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ ।
କହିବାକୁ ଗଲେ ରାଜ୍ୟରେ କଟକ ଡେଙ୍ଗୁ ଆକ୍ରାନ୍ତ ତାଲିକାରେ ୪ନମ୍ବର ସ୍ଥାନରେ ରହିଛି । ପ୍ରଥମ ସ୍ଥାନରେ ଭୁବନେଶ୍ୱର ଏହାପରେ ବାଲେଶ୍ୱର ଓ ପୁରୀ ଜିଲ୍ଲା ରହିଥିବା ବେଳେ ଚତୁର୍ଥ ସ୍ଥାନରେ କଟକ ରହିଛି । କିଛି ଦିନ ମଧ୍ୟରେ ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇଥିବା କହିଛନ୍ତି କଟକ ସିଡିଏମଓ ।
you can also read....
wp:embed {"url":"https://www.prameyanews7.com/cuttack-people-in-dengue-fear/","type":"wp-embed","providerNameSlug":"prameya-news-7"} /wp:embed