ଡରାଇଲାଣି ଡେଙ୍ଗୁ : ଆଳି ବାଳକାଟି ଗାଁରେ ୪୦ରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ, ଗାଁରେ ପହଞ୍ଚିଲା ଡାକ୍ତରୀ ଟିମ୍
31/07/2019 at 9:27 AM

ପଟ୍ଟାମୁଣ୍ଡାଇ ୩୧|୭: ଡରାଇଲାଣି ଡେଙ୍ଗୁ । କେନ୍ଦ୍ରାପଡା ଆଳି ବାଲକାଟି ଗାଁରେ କାୟା ବିସ୍ତାର କରୁଛି ଡେଙ୍ଗୁ ଜ୍ବର । ପ୍ରାୟ ୪୦ରୁ ଅଧିକ ରୋଗୀ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ୫୦ରୁ ଅଧିକ ଜ୍ବରରେ ଆକ୍ରାନ୍ତ ଥିବାରୁ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବା ଆଶଙ୍କା ରହିଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି । କେନ୍ଦ୍ରାପଡାରୁଏକ ଡାକ୍ତରୀ ଟିମ ପହଞ୍ଚି ଗ୍ରାମବାସୀଙ୍କ ରକ୍ତନମୁନା ପରୀକ୍ଷା କରିଛନ୍ତି ।

ଡ୍ରେନ୍ ସଫା ନହେବା, ସଚେତନତା ଅଭାବ ଓ ଲୋକମାନଙ୍କ ପାଖରେ ସ୍ବାସ୍ଥ୍ୟ ବିଭାଗ ଟିମ୍ ପହଞ୍ଚିପାରିନଥିବା ଅଭିଯୋଗ ହୋଇଛି । ଲୋକଙ୍କୁ ସଚେତନ ପାଇଁ ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯିବାକୁ ଦାବି ହୋଇଛି ।
Related Posts
ବିପୁଳ ପରିମାଣର ଗଞ୍ଜେଇ ଜବତ; ୪ ଚୋରା ଚାଲାଣକାରୀ ଗିରଫ
5 July 2022