WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅଣ୍ଡିରା ନୁହେଁ ମାଈ ଏଡିସ୍ ମଶା କାମୁଡ଼ିଲେ ଡେଙ୍ଗୁ ହୁଏ, ଦିନ ହେଉ କି ରାତି, ସ୍ପଷ୍ଟ ଆଲୋକରେ ବେଶି କାମୁଡ଼ନ୍ତି

28/09/2023 at 6:39 PM

ନୂଆଦିଲ୍ଲୀ ୨୮।୯: ଡେଙ୍ଗୁ ଜ୍ୱର ମଶା କାମୁଡିଲେ ହୋଇଥାଏ। ଅନ୍ୟ ମଶାଙ୍କଠାରୁ ଡେଙ୍ଗୁ ମଶା ସମ୍ପୂର୍ଣ୍ଣ ପୃଥକ। କୁହାଯାଏ ମାଇ ଏଡିସ୍ ମଶା କାମୁଡିଲେ ଡେଙ୍ଗୁ ହୁଏ। ମାଇ ଏଡିସ୍ ମଶା ଏତେ ଶକ୍ତିଶାଳୀ ଯେ ଉଷ୍ଣରୁ ଉଷ୍ଣ ସ୍ଥାନରେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିପାରେ। ଏଣୁ ଭାରତୀୟ ପାଣି ପାଗରେ ଡେଙ୍ଗୁଜ୍ୱର ବେଶି ବ୍ୟାପିଥାଏ।  ମାଈ ଏଡିସ୍ ମଶା କେବଳ ମନୁଷ୍ୟଙ୍କୁ ନୁହେଁ ଅନ୍ୟ ଜୀବଙ୍କୁ କାମୁଡିଲେ ସେମାନଙ୍କୁ ମଧ୍ୟ ଡେଙ୍ଗୁ ହୁଏ। ତେବେ ଏଥିରେ କେଉଁ ମସା କାମୁଡିଲେ ଡେଙ୍ଗୁ ହୁଏ ଆସନ୍ତୁ ତାହା ଜାଣିବା।

ଯେଉଁ ମଶା କାମୁଡିଲେ ଡେଙ୍ଗୁ ଜ୍ୱର ହୁଏ ସେହି ମଶାର ନା ମାଈ ଏଡିସ୍ ମଶା। ଏଥିରେ ଆପଣଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱଭାବିକ ଅଣ୍ଡିରା ଏଡିସ ମଶା କାମୁଡିଲେ ଜ୍ୱର ହେବନି କାହିଁକି? ତେବେ ଏଠାରେ କହି ରଖୁଛୁ ଅନେକ ଗବେଷଣାରୁ ଏହା ଜଣାପଡିଛି ଅଣ୍ଡିରା ଏଡିସ ମଶା କାମୁଡେ ନାହିଁ।  ତେବେ ମାଈ ଏଡିସ୍ ମଶା ସାଧାରଣ ମଶାଙ୍କଠାରୁ ସମ୍ପୂ୍ର୍ଣ୍ଣ ପୃଥକ। ଏହା ପିଠିରେ ଧଳାଧଳା ଗାର ଥାଏ। ଏହି ମସା ସ୍ପଷ୍ଟ ଆଲୋକ ପଡୁଥିବା ସ୍ଥାନରେ କାମୁଡି ଥାଏ। ଏପରିକି ରାତିରେ ଘରେ ଆଲୋକ ଜଳୁଥିଲେ ମଧ୍ୟ ଏହି ମଶା କାମୁଡି ଥାନ୍ତି ଓ ମାଈ ଏଡିସ୍ ମଶା କାମୁଡିଲେ ଡେଙ୍ଗୁ ଜ୍ୱର ହୁଏ। ଏଣୁ ସକାଳେ ଓ ରାତିରେ ସ୍ପଷ୍ଟ ଆଲୋକରେ ନିଜକୁ ସୁରକ୍ଷିତ ରଖିପାରିଲେ ଡେଙ୍ଗୁ ଜ୍ୱର ହେବ ନାହିଁ।

ମାଇ ଏଡିସ୍ ମଶା ବେଶି ଉଚ୍ଚକୁ ଉଡିପାରେ ନାହିଁ। ଏଣୁ ଏହା ପ୍ରାୟତଃ ପାଦକୁ କାମୁଡି ଥାଏ। ଏହା ଛଡା ଏପରି ମଶା ମଇଳା ଅପରିସ୍କାର ପାଣିରେ ରହିପାରନ୍ତିନି। ଏମାନେ ଶ୍ୱଚ୍ଛ ଜଳରେ ସେମାନଙ୍କ ବଂଶ ବିସ୍ତାର କରିଥାନ୍ତି। ଏଣୁ ଘର ଆଖପାଖରେ କେଉଁଠି ବର୍ଷା ପାଣି ଜମା ହେଉଥିଲେ ତୁରନ୍ତ ପାଣି ବାଟ କାଟି ଦିଅନ୍ତୁ। ଡେଙ୍ଗୁ ମଶା କାମୁଡିବାର ୨-୩ଦିନରେ ଶରୀରରେ ଲକ୍ଷଣ ଦେଖାଯାଏ।  ତେବେ ଏଡିସ୍ ମଶା କାମୁଡିରେ ୩-୫ଦିନରେ ଲକ୍ଷଣ ଦେଖାଯାଏ।

ଡେଙ୍ଗୁ ଜ୍ୱର ହେଲେ ଦେହରେ ତାତି ରହେ ଓ ଶରୀରରେ ଭୀଷଣ ଯନ୍ତ୍ରଣା ରହେ। ତେବେ ଆପଣଙ୍କ ଅବଗତି ନିମନ୍ତେ ଜଣାଇ ଦେଉଛୁ ସାରା ବିଶ୍ୱରେ ମଶାଙ୍କର ପ୍ରାୟ ୩୫୦୦ ପ୍ରଜାତି ଅଛନ୍ତି। ଏଥିରେ ଏପରି ମଶା ଅଛନ୍ତି ଯେଉଁମାନେ ମଣିଷକୁ ହଇରାଣ କରନ୍ତିନି। ମଶାଙ୍କ ୬ ପ୍ରତିଶତ ପ୍ରଜାତି ମାଈ ହୋଇଥାନ୍ତି। ଯେଉଁମାନେ ଅଣ୍ଡାଦେବା କାଳରେ ମଣିଷକୁ କାମୁଡନ୍ତି। ଏପରି ମଶାଙ୍କଠାରୁ ନିଜକୁ ସୁରକ୍ଷିତ ରଖନ୍ତୁ। ରାତିରେ ମସାରିରେ ସୁଅନ୍ତୁ ଓ ଫୁଲ ପ୍ୟାଣ୍ଟ ଓ ସାର୍ଟ ପିନ୍ଧନ୍ତୁ।  

ବାଇଡେନଙ୍କ କୁକୁର ହେଲା ବେକାବୁ, ସିକ୍ରେଟ ସର୍ଭିସ ଏଜେଣ୍ଟକୁ କାମୁଡ଼ିଲା, ଏପର୍ଯ୍ୟନ୍ତ କଲାଣି ୧୧ ଜଣଙ୍କୁ ଆକ୍ରମଣ

   Related Posts