ଭୁବନେଶ୍ବର୯/୭: ରାଜଧାନୀରେ କମୁଛି ଡେଙ୍ଗୁ ଟେନସନ । ଆୟତ୍ତକୁ ଆସୁଛି ଏଡିସ୍ ମଶା । ଡେଙ୍ଗୁ ନିୟନ୍ତ୍ରଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା କହିଛନ୍ତି BMC ମେୟର ସୁଲୋଚନା ଦାସ । ମଶା ଅଣ୍ଡା ସ୍ଥାନରେ ମଶା ତେଲ ପକାଯାଉଛି । ବର୍ଷା ପାଇଁ ଫଗିଂ ବନ୍ଦ ଥିଲା ଏବେ ପୁଣି ଆରମ୍ଭ ହେବ । ଲୋକଙ୍କୁ ସଚେତନ କରାଯାଉଛି । ଶୁଖିଲା ଦିବସ ପାଳନ ହେଉଛି । ବର୍ତ୍ତମାନ ଟାୟାର ଲିଫ୍ଟିଂ ଆରମ୍ଭ ହେବ । ପାର୍କ ମାନଙ୍କରେ ଗଛଲତା ବଢିଗଲେଣି । ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ପାର୍କ ମେଣ୍ଟେନାନ୍ସ ଦାୟିତ୍ବ ଦିଆଯାିଥିଲା । ସେମାନେ ଠିକରେ କାମ କରିପାରୁନଥିବା ଅଭିଯୋଗ ହୋଇଛି । ବିଏମ୍ସି ଏ ସଂପର୍କରେ ନିଜେ ପଦକ୍ଷେପ ନେବ । ସ୍ଥିତି ନିୟନ୍ତ୍ରଣାଧୀନ ଥିବା କହିଛନ୍ତି BMC ମେୟର ।
ବଡ଼ଚଣାରେ ପିସିସି ସଭାପତି ଓ ରାଜ୍ୟ ପ୍ରଭାରୀ, ନାରୀ ନ...
