ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ରାଜ୍ୟରେ ଏଯାଏଁ ୨୩୦୯ ଡେଙ୍ଗୁ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ

3/09/2022 at 1:03 PM

ଭୁବନେଶ୍ୱର ୦୩।୦୯: ରାଜ୍ୟରେ ଏଯାଏଁ ୨୩୦୯ ଡେଙ୍ଗୁ ଚିହ୍ନଟ ହୋଇଛନ୍ତି । ୨୨ ହଜାର ୬୮ ଜଣଙ୍କର ନମୁନା ପରୀକ୍ଷା ସରିଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଗତବର୍ଷ ୧୦ହଜାର ୮୩୩ ନମୁନା ପରୀକ୍ଷା ହୋଇଥିଲା। ସେମାନଙ୍କ ମଧ୍ୟରୁ ଚିହ୍ନଟ ହୋଇଥିଲେ ୨ ହଜାର ୮୭୮ ରୋଗୀ। କିନ୍ତୁ ଚଳିତ ବର୍ଷ ପରୀକ୍ଷଣ ହୋଇଥିବା ନୁମନା ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧାରେ ୧୧୨୫ ଜଣ ରହିଛନ୍ତି । ଏହାପରେ କୋରାପୁଟରେ ୩୪୨। ମାଲକାନଗିରିରେ ୧୭୭, ରାୟଗଡ଼ାରେ ୨୬୮ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ପାଇଁ ପ୍ଲେଟେଲେଟ ପର୍ଯ୍ୟାପ୍ତ ରହିଛି । ରାଜ୍ୟରେ ୯ଟି ରକ୍ତ ଭଣ୍ଡାରରେ ପ୍ଲେଟେଲେଟ ପୃଥକିକରଣ ୟୁନିଟ କାର୍ଯ୍ୟକ୍ଷମ ଅଛି।

   Related Posts