ଜାନୁଆରୀ ୨୫ ତାରିଖ ପର୍ଯ୍ୟନ୍ତ ଉପକୂଳବର୍ତି ଜିଲ୍ଲାରେ ଘନ କୁହୁଡି, ୨୮ ଯାଏଁ ବର୍ଷା ସମ୍ଭାବନା : ସିଇସି

Published By : Prameya-News7 Bureau | January 22, 2019 IST

ଭୁବନେଶ୍ୱର ୨୨/୧ : ଉତ୍ତରପଶ୍ଚିମ ଆଡୁ ପୂର୍ବ ଆଡକୁ ଓଡ଼ିଶା ପ୍ରତି ପଶ୍ଚିମ ବାୟୁ ପ୍ରବାହ ରହିଛି । ଓଡ଼ିଶା ଉପକୂଳରେ ଗୁରୁଚାପ ସୃଷ୍ଟି ହେବା ଫଳରେ ଅଳ୍ପ ମାତ୍ରାରେ ଜଳୀୟବାଷ୍ପ ସ୍ଥଳ ଭାଗକୁ ଆସୁଛି । ତେଣୁ ବାୟୁ ପ୍ରଦୂଷଣ ହେବା ଯୋଗୁଁ ଓଡିଶାର ଉପକୂଳବର୍ତି ଜିଲ୍ଲାଗୁଡ଼ିକରେ ଘନ କୁହୁଡି ସୃଷ୍ଟି ହେଉଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହି ଘନ କୁହୁଡି ଜାନୁଆରୀ ୨୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଘନ କୁହୁଡି ଯୋଗୁଁ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, କଟକ ଏବଂ ଖୋର୍ଦ୍ଧାରେ ୨୦୦ ମିଟର ପର୍ଯ୍ୟନ୍ତ ଦୃଶ୍ୟମାନ ହେବ ନାହିଁ ବୋଲି ସିଇସି ପକ୍ଷରୁ କୁହାଯାଇଛି ।

{"id":77022}


ସେହିପରି ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ନୟାଗଡ ଏବଂ ଯାଜପୁରରେ ମଧ୍ୟ ମଧ୍ୟମ ଧରଣର କୁହୁଡି ଅନୁଭୂତ ହେବ ।


ଜାନୁଆରୀ ୨୪ ଓ ୨୫ ତାରିଖ ମଧ୍ୟରେ ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାରେ ମଧ୍ୟମଧରଣରୁ ଘନକୁହୁଡିର ପ୍ରଭାବ ରହିବ । ସେହିପରି ଜାନୁଆରୀ ୨୫ ରାତିରୁ ୨୮ ତାରିଖ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଉପକୂଳବର୍ତୀ ଜିଲ୍ଲାଗୁଡ଼ିକରେ ମଧ୍ୟ ଜାନୁଆରୀ ୨୮ ତାରିଖରେ ବର୍ଷା ହେବାର ସମ୍ଭାବନା ଥିବା ସିଇସି ପକ୍ଷରୁ କୁହାଯାଇଛି ।

{"id":77023,"width":583,"height":437}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.