scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନୀତିନ ଗଡକରୀଙ୍କ ଡିମୋସନ ଏବଂ ଫଡଣବିସଙ୍କ ପ୍ରମୋସନ, କ’ଣ ସଙ୍କେତ ଦେଉଛି ବିଜେପି ?

17/08/2022 at 5:36 PM

ନୂଆଦିଲ୍ଲୀ: ବିଜେପି ନିଜର ସଂସଦୀୟ ବୋର୍ଡ ଏବଂ କେନ୍ଦ୍ରୀୟ ନିର୍ବାଚନ କମିଟିର ପୁର୍ନଗଠନ କରିଛି। ସଂସଦୀୟ ବୋର୍ଡରେ ପରିବର୍ତ୍ତନ କରାଯାଇ ନୀତିନ ଗଡକରୀ ଏବଂ ଶିବରାଜ ସିଂହ ଚୌହ୍ଵାନଙ୍କୁ ଏଥିରୁ ହଟାଇ ଦିଆଯାଇଛି। ଏହା ବ୍ୟତୀତ ୧୫ ଜଣିଆ କେନ୍ଦ୍ରୀୟ ନିର୍ବାଚନ କମିଟିରେ ମଧ୍ୟ ଏହି ନେତାଙ୍କୁ ସ୍ଥାନ ମିଳିନି। ଅନ୍ୟପଟେ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସଙ୍କୁ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟିରେ ସାମିଲ୍ କରାଯାଇଛି। ଏହି ନିଷ୍ପତ୍ତିକୁ ମହାରାଷ୍ଟ୍ର ଏବଂ କେନ୍ଦ୍ରରେ ବଡ ରାଜନୈତିକ ପରିବର୍ତ୍ତନ ରୂପେ ଦେଖା ଯାଉଛି। ଗୋଟିଏ ପଟେ ଚର୍ଚ୍ଚିତ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କୁ ସଂସଦୀୟ ବୋର୍ଡରୁ ବାହାର କରାଯିବାକୁ ତାଙ୍କର ଡିମୋସନ ଭାବେ ଦେଖାଯାଉଛି। ଅନ୍ୟପକ୍ଷେ ଦେବେନ୍ଦ୍ର ଫଡଣବିସଙ୍କ ପ୍ରବେଶକୁ ତାଙ୍କର ପତିଆରା ବଢୁଥିବା ଇସାରା କରୁଛି।

ଏହା ପୂର୍ବରୁ ଗୋଆ ଏବଂ ବିହାର ପରି ରାଜ୍ୟଗୁଡିକରେ ନିର୍ବାଚନ ଦାୟିତ୍ଵ ସମ୍ଭାଳି ସାରିଥିବା ଦେବେନ୍ଦ୍ର ଫଡଣବିସଙ୍କୁ କେନ୍ଦ୍ରୀୟ ନେତୃତ୍ଵ ପଦୋନ୍ନତି କରି ସାରିଛନ୍ତି। ମାତ୍ର କେନ୍ଦ୍ରୀୟ ନିର୍ବାଚନ କମିଟିରେ ସ୍ଥାନ ଦେଇ ସ୍ପଷ୍ଟ କରାଯାଇଛି ଯେ, ଫଡଣବିସଙ୍କ ପତିଆରା ଏବେ ମହାରାଷ୍ଟ୍ର ବାହାରେ  ମଧ୍ୟ ରହିଛି। କେବଳ ଏତିକି ନୁହେଁ ଫଡଣବିସଙ୍କୁ ଆଜି ହିଁ ମହାରାଷ୍ଟ୍ର ବିଧାନ ପରିଷଦର ନେତା ମଧ୍ୟ ଘୋଷିତ କରାଯାଇଛି। ମାତ୍ର ନୀତିନ ଗଡକରୀଙ୍କୁ ବିଜେପି ଦଳର ସମସ୍ତ ପଦରୁ ହଟାଇ ସାରିଛି। ବିଜେପିରେ ସଂପ୍ରତି ଗଡକରୀଙ୍କ ନିକଟରେ କୌଣସି ପଦ ନାହିଁ କି ସେ କୌଣସି ରାଜ୍ୟର ପ୍ରଭାରୀ ମଧ୍ୟ ନାହାନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ, ନୀତିନ ଗଡକରୀଙ୍କ ରାଜନୀତିରେ ପୂର୍ବପରି ଆଉ ପ୍ରଭାବ ନାହିଁ।

ଦୀର୍ଘ ସମୟରୁ ଗୁରୁତ୍ଵପୂର୍ଣ୍ଣ ଭୂମିକାରୁ ବାହାରେ ଅଛନ୍ତି ଗଡକରୀ

ନୀତିନ ଗଡକରୀ ଦୀର୍ଘ ସମୟରୁ ବିଜେପିରେ କୋଣଠେସା ହୋଇ ରହିଛନ୍ତି। ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନ ହେଉ କି ଚଳିତ ବର୍ଷ ଉତ୍ତର ପ୍ରଦେଶ ସମେତ ପାଞ୍ଚ ରାଜ୍ୟର ନିର୍ବାଚନରେ କେଉଁଠି ବି ତାଙ୍କୁ ପ୍ରଚାର କିମ୍ବା ଅନ୍ୟ କୌଣସି ଭୂମିକାରେ ଦେଖିବାକୁ ମିଳିନାହିଁ। ସଂସଦୀୟ ବୋର୍ଡରେ ପରିବର୍ତ୍ତନ କରାଯାଇ ବିଜେପି ପକ୍ଷରୁ ଏହି ସନ୍ଦେଶ ଦିଆଯାଇଛି ଯେ, କୌଣସି ମୁଖ୍ୟମନ୍ତ୍ରୀଙ୍କୁ ଏଥିରେ ରଖାଯାଇ ନାହିଁ।

ଗଡକରୀଙ୍କୁ ସଂସଦୀୟ ବୋର୍ଡରୁ ବାହାର କରାଯିବା ଆଶ୍ଚର୍ଯ୍ୟଜନକ

ଶିବରାଜ ସିଂହ ଚୌହ୍ଵାନଙ୍କୁ ବାହାର କରାଯିବା ବୁଝି ହେଉଛି, ମାତ୍ର ନୀତିନ ଗଡକରୀଙ୍କୁ ସଂସଦୀୟ ବୋର୍ଡରୁ ବାହାର କରାଯିବା ସଭିଙ୍କୁ ଚକିତ କରିଛି। କାରଣ ପୂର୍ବ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ସଂସଦୀୟ ବୋର୍ଡରେ ସାମିଲ୍ କରାଯିବାର ପରମ୍ପରା ରହିଛି। ଲାଲକୃଷ୍ଣ ଆଡଭାଣୀ ଏବଂ ମୂରଲୀ ମନୋହର ଯୋଶୀଙ୍କୁ ସଂସଦୀୟ ବୋର୍ଡରୁ ବାହାର କରାଯିବା ପରେ ଏହି ପରମ୍ପରା ଭାଙ୍ଗିଥିଲା। ମାତ୍ର ନୀତିନ ଗଡକରୀ ତ ସକ୍ରିୟ ରାଜନୀତିରେ ଅଛନ୍ତି। ଏମିତିରେ ତାଙ୍କୁ ବୋର୍ଡରୁ ବାହାର କରାଯିବା ଚକିତକର  ହୋଇଛି। ଅଦ୍ୟାବଧି ନିତିନ ଗଡକରୀଙ୍କ ପକ୍ଷରୁ ଏହି ମାମଲାରେ କୌଣସି ଟିପ୍ପଣୀ ଆସିନାହିଁ।

   Related Posts