krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଜୁଳି କାଟ୍‌ର ପ୍ରତିବାଦ କରି ବିରୋଧ କରୁଥିଲେ ଲୋକେ, ପୋଲିସ ଗୁଳିରେ ଜଣେ ମୃତ

26/07/2023 at 8:13 PM

ନୂଆଦିଲ୍ଲୀ, ୨୬/୦୭: ବିହାରର କଟିହାରରେ ଜଣେ ବ୍ୟକ୍ତିଙ୍କ ପୋଲିସ୍‌ ଗୁଳିରେ ମୃତ୍ୟୁ ହୋଇଛି। ଆଉ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । କୁହାଯାଉଛି ବିଜୁଳି କାଟ୍‌ ବିରୋଧରେ ପ୍ରବଳ ମାତ୍ରାରେ ଲୋକେ ବାରସୋଇ ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରୁଥିଲେ। ଗ୍ରାମବାସୀ ଏବଂ ଜନପ୍ରତିନିଧିଙ୍କ ଦ୍ବାରା କରାଯାଉଥିବା ଏହି ବିରୋଧ ସମୟରେ ହଠାତ୍‌ ଲୋକେ ଉଗ୍ର ହୋଇପଡ଼ିଥିଲେ। ଏହା ପରେ ପୋଲିସ୍‌ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଲାଠିଚାର୍ଜ ଏବଂ ଫାଙ୍କା ଗୁଳିଚାଳନା କରିଥିଳେ।

ଫାୟାରିଂ ସମୟରେ ୩ ଜଣକୁ ପୋଲିସ୍‌ ଗୁଳି ବାଜିଥିଲା। ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଗୁଳିମାଡ଼ରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି।ଯେତେବେଳେକି ବାରସୋଇ ଉପବିଭାଗ ପୋଲିସ୍‌ ପଦାଧିକାରୀ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି। ଜିଲ୍ଲାର ବରିଷ୍ଠ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି।

ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ରକ୍ତାକ୍ତ ଅବସ୍ଥାରେ ଲୋକେ ତଳେ ପଡ଼ିଥିବାର ଦେଖାଯାଇଛି। ମୃତକଙ୍କ ପରିଚୟ ୩୫ ବର୍ଷୀୟ ମହମ୍ମଦ ଖୁର୍ସିଦ ଭାବରେ ହୋଇଛି। ଆହତଙ୍କୁ ଚିକିତ୍ସା ପାଇଁ ସିଲିଗୁଡ଼ ପଠାଯାଇଛି। କଟିହାରରେ ହୋଇଥିବା ଏହି ଘଟଣାରେ ଲୋକଙ୍କ ଉପରେ ମଧ୍ୟ ପୋଲିସ ଉପରେ ପଥର ମାଡ଼ ଅଭିଯୋଗ ରହିଛି। କୁହାଯାଉଛି ଯେ ଏହା ପରେ ପୋଲିସ ଭିଡ଼କୁ ତଡ଼ିବା ପାଇଁ ଫାଙ୍କା ଗୁଳିଚାଳନା କରିଥିଲା ଯେଉଁଥିରେ ତିନି ଜଣକ ଗୁଳି ବାଜିଥିବାର କୁହାଯାଇଥିଲା।

   Related Posts