ଓଡ଼ିଶା ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ଦାବିରେ ରାଜ୍ଯ ପାଇକ ଆଖଡ଼ା ସଂହର ବିକ୍ଷୋଭ

Published By : Prameya-News7 Bureau | December 23, 2022 IST

ଭୁବନେଶ୍ୱର ୨୩/୧୨: ଚଳିତ ବର୍ଷ ଦିଲ୍ଲୀ ରାଜପଥ ଜାତୀୟ ପରେଡରେ ଗଡିବନି ଓଡ଼ିଶା ପ୍ରଜ୍ଞାପନ ମେଢ଼। ଏହି ନିଷ୍ପତିକୁ ଓଡ଼ିଶା ରାଜ୍ୟ ପାଇକ ଆଖଡା ଏକାଡେମୀ ବିରୋଧ କରିଛି। ଦିଲ୍ଲୀର ସାଧାରଣତନ୍ତ୍ର ଦିବସ ପରେଡରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ସ୍ଥାନ ପାଇବା ଦାବିରେ ଭୁବନେଶ୍ବର ରାଜଭବନ ଛକ ପାଖରେ ସଂଘ ବିକ୍ଷୋଭ କରିଛି। ସମରକଳା ପ୍ରଦର୍ଶନ କରି ଓଡ଼ିଶାର ଗର୍ବ ଗୌରବକୁ ପ୍ରଦର୍ଶିତ କରିବା ପାଇଁ ଆହ୍ବାନ ଦେଇଛି ସଂଘ।

ଲଗାତାର ତୃତୀୟ ଥର ପାଇଁ ଦିଲ୍ଲୀ ରାଜପଥରେ ସାମିଲ ନ ହୋଇପାରେ ଓଡ଼ିଶା ପ୍ରଜ୍ଞାପନ ମେଢ଼। ଚଳିତ ବର୍ଷ ପଞ୍ଚମ  ପର୍ଯ୍ୟାୟ ବୈଠକରେ ସାମିଲ ହେବା ପାଇଁ ଡାକରା ଆସି ନ ଥିବା ବେଳେ ଓଡ଼ିଶାର ସ୍ୱାଭିମାନ ଓ ସମ୍ମାନ କିଭଳି ବଜାଇ ରହିବ ସେଥିପାଇଁ ରାଷ୍ଟ୍ରପତିଙ୍କଠୁ ନେଇ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରିଛି ସଂଘ। ତୁରନ୍ତ ଏହି ଦିଗରେ  ନିଷ୍ପତି ନ ନିଆଗଲେ ସଂଘ ଆନ୍ଦୋଳନ ଚେତାବନୀ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.