ବେଆଇନ ପାଣି ଓ ବାଲି ହରିଲୁଟ ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ ଓ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

Published By : Prameya-News7 Bureau | May 19, 2022 IST

ରାଇରଙ୍ଗପୁର ୧୯/୦୫ : ସମସ୍ତ ମାନବ ସମାଜ ପାଇଁ ନଦୀ ହେଉଛି ପ୍ରକୃତିର ଅବଦାନ। ମାନବ ସଭ୍ୟତାର ବିକାଶ ନଦୀ ବିନା କଳ୍ପନା କରାଯାଇ ପାରେନା। କେବଳ ମାନବ ସମାଜ ନୁହଁ ବୃକ୍ଷଲତା, ପଶୁପକ୍ଷୀ ଜୀବନ ଧାରଣ ପାଇଁ ନଦୀ ଉପରେ ନିର୍ଭରଶୀଳ। ମାତ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ନଦୀଜଳ ପରିଚାଳନା ପାଇଁ ଓଡ଼ିଶାର ନଦୀଗୁଡିକ ଶୁଖି ଗଲାଣି । ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନ ଅନୁମତି ଠାରୁ ବହୁତ ଅଧିକ ଜଳ ନଦୀଗୁଡିକରୁ ଶୋଷି ନେଉ ଥିବାରୁ ନଦୀ ସବୁ ଶୁଖିବାରେ ଲାଗିଛି ବୋଲି ଅଭିଯୋଗ କରିଛନ୍ତି ନଦୀ ସୁରକ୍ଷା ସମିତି ର ରାଜ୍ୟ ସଂଯୋଜକ ମହେଶ୍ୱର ସାହୁ।

ବିଭିନ୍ନ କଳ କାରଖାନା ଜଳକୁ ବ୍ୟବହାର କରିବା ପରେ ୱାଟର ଟ୍ରିଟମେଂଟ ପ୍ଲାଣ୍ଟରେ ପରିଷ୍କାର କରି ପୁଣିଥରେ ବ୍ୟବହାର ଯୋଗ୍ୟ କରିବା କଥା କିନ୍ତୁ ତାହା ନ କରି ବ୍ୟବହୃତ ଦୂଷିତ ଜଳକୁ ସିଧା ସଳଖ ନଦୀରେ ଛାଡୁଥିବାରୁ ନଦୀ ଜଳ  ଅୁପରିସ୍କାର ହେଉଥୁବାରୁ ମହେଶେୱର ସାହୁ କ୍ଷୋଭ ପ୍ରକାଶ କରିଛନ୍ତି। ନଦୀର ଜୀବନ କୁହା ଯାଉଥିବା ବାଲିର ବେଧଡକ ଚୋରା ଚାଲାଣ ପାଇଁ ନଦୀସବୁ ଶୁଖିବାରେ ଲାଗିଛି। ଜାତୀୟ ଗ୍ରୀନ ଟ୍ରିବୁନାଲର ନିର୍ଦ୍ଦେଶକୁ ଖୁଲମ ଖୁଲ୍ଲା ଉଲ୍ଲଙ୍ଘନ କରି ରାଜନୈତିକ ସଂରକ୍ଷଣରେ ବ୍ୟାପକ ଚୋରା ଚାଲାଣ ହେଉଥିବା ଅଭିଯୋଗରେ ଗୁରୁବାର ନଦୀ ସୁରକ୍ଷା ସମିତି ରାଜ୍ୟ ସଂଯୋଜକ ମହେଶ୍ୱର ସାହୁଙ୍କ ନେତୃତ୍ୱରେ ରାଇରଙ୍ଗପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଏସବୁ ସମସ୍ୟା ଗୁଡ଼ିକର ବିହିତ ପଦକ୍ଷେପ ନେବାପାଇଁ ଉପଜିଲ୍ଲାପାଳଙ୍କ ଦ୍ୱାରା ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ରାଜ୍ୟ ସରକାର ଏ ଦିଗରେ ଅବହେଳା ପ୍ରଦର୍ଶନ କଲେ ଆଗକୁ ଆନ୍ଦୋଳନକୁ ତୀବ୍ର କରାଯିବା ନେଇ ଶ୍ରୀ ସାହୁ ସୂଚନା ଦେଇଛନ୍ତି। ଏହି ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀଙ୍କ ସହିତ ଅନେକ ମହିଳା, ଯୁବ ଓ ବରିଷ୍ଠ ବିଜେପି କର୍ମୀ ସାମିଲ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.