ବିଭିନ୍ନ ଦାବି ନେଇ AIKSCC ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ

Published By : Prameya-News7 Bureau | October 14, 2020 IST

ବ୍ରହ୍ମପୁର ୧୪।୧୦: ସରକାରୀ ନିୟନ୍ତ୍ରିତ ମଣ୍ଡି ବ୍ୟବସ୍ଥାକୁ ସୁଦୃଢ କରାଯାଉ। ଧାନ କ୍ୱିଇଣ୍ଟାଲ ପିଛା ୩ହଜାର ଟଙ୍କା ଦିଆଯାଉ । ଡ଼. ସ୍ୱମୀନାଥନ ଜାତୀୟ କୃଷକ କମିଶନ ୨୦୦୬ ସୁପାରିଶ ଅନୁଯାଇ ସମସ୍ତ କୃଷି ଯାତଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (MSP )ପ୍ରଦାନ କରାଯାଉ । ଏପରି କିଛି ଦାବିରେ ଆଜି ମାନେ ଅକ୍ଟୋବର ୧୪ରେ ଦେଶବ୍ୟାପୀ ପ୍ରତିବାଦ ଓ ବିକ୍ଷୋଭ କରାଯାଇଛି । ଏହି ଅବସରରେ ଗଞ୍ଜାମ ଜିଲ୍ଳାର ବ୍ରହ୍ମପୁର ସ୍ଥିତ କାମାପଲ୍ଲୀ ଠାରେ ଅଖିଳ ଭାରତ କିଷାନ ସଂଘ ବିକ୍ଷୋଭ ପ୍ରଦର୍ଶନ କରିଛି ।

{"id":344231,"sizeSlug":"large"}

କେନ୍ଦ୍ରର କ୍ଷମତାଶୀନ ବିଜେପି ସରକାର  କୃଷି ଓ କୃଷକ ସର୍ବନାଶ କାରି କର୍ପୋରେଟ ସପକ୍ଷବାଦୀ କୃଷି ଆଇନକୁ ତୀଵ୍ର ପ୍ରତିବାଦ କରାଯାଇଥିଲା।  ଆଜିର ଏ ପ୍ରତିବାଦ କାର୍ଯ୍ୟକ୍ରମରେ ଓଡିଶା କୃଷକ ସଭା ଗଞ୍ଜାମ ଜିଲ୍ଳା ସଭାପତି ଗୋପାଳ ପାଣିଗ୍ରାହୀ, ସମ୍ପାଦକ ପି. ହରିକୃଷ୍ଣ ରେଡ୍ଡୀ,ସଂଗଠନ ସମ୍ପାଦକ ବସନ୍ତ ନନ୍ଦ, ବିଜୟ ବିଷୋୟୀ, ବାବୁଲି ନାୟକ, ମଙ୍ଗୁଲୁ ଡାକୁଆ, ଶ୍ୟାମ ବେହେରା, ଏ ଆଇକେଏସର ଜିଲ୍ଳା ନେତା ନୀଳକଣ୍ଠ ଦାସ, ଦୁର୍ଯ୍ୟୋଧନ ନାହାକ, ଗୁରୁଦେବ ବେହେରା, ମୁନା ପାତ୍ର ଓ ଏଆଇକେଏମଏସ ଜିଲ୍ଲା ନେତା ଭାଲ ଚନ୍ଦ୍ର ଷଡ଼ଙ୍ଗୀ, ଲଡୁ କିଶୋର ଡାକୁଆ, ନାରାୟଣ ବିଶୋଇ ପ୍ରମୁଖ ନେତୃତ୍ୱ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.