Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ନୋଟବନ୍ଦୀକୁ ପୁରିଲା ୬ ବର୍ଷ: କଳାଟଙ୍କା କେତେ ଧଳା ହେଲା ତାହା ଅସ୍ପଷ୍ଟ, କିନ୍ତୁ ବଢିଛି ଟିକସ ଓ ଅନଲାଇନ୍ କାରବାର

8/11/2022 at 5:49 PM

ନୂଆଦିଲ୍ଲୀ: ଆଜି ଦେଶରେ ନୋଟବନ୍ଦୀକୁ ପୁରିଛି ୬ ବର୍ଷ । ୨୦୧୬ ଅକ୍ଟୋବର ୮ ତାରିଖରେ ଭାରତ ସରକାର ଦେଶରୁ ପାଞ୍ଚ ଶହ ଏବଂ ହଜାରେ ଟଙ୍କିଆ ନୋଟ ବ୍ୟାନ୍ ଘୋଷଣା କରିଥିଲେ । ବିରୋଧୀ ଦଳମାନେ ନୋଟବନ୍ଦୀକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଘେରିବା ସହ କେନ୍ଦ୍ର ସରକାରକୁ କଟୁ ସମାଲୋଚାନା କରିଥିଲେ । ସାରା ଦେଶରେ ନୋଟବନ୍ଦୀକୁ ନେଇ ଆନ୍ଦୋଳନ ତୀବ୍ର ହେବା ସହ ତୁମ୍ବି ତୋଫାନ ହୋଇଥିଲା । କେନ୍ଦ୍ର ସରକାର ନୋଟବନ୍ଦୀକୁ ସକରାତ୍ମକ ବୋଲି ଦର୍ଶାଇଥିଲେ । କିନ୍ତୁ ନୋଟବନ୍ଦୀର ମୂଳ ଉଦ୍ଦେଶ୍ୟ ଯାହାଥିଲା ତାହାର ପରିଣାମ ଦେଖିବାକୁ ମିଳିନଥିଲା, ବରଂ ସାଧାରଣ ଲୋକଙ୍କ ଠାରୁ ଜାତୀୟ ଅର୍ଥନୀତି ପର୍ଯ୍ୟନ୍ତ ସବୁକିଛି ପ୍ରଭାବିତ ହୋଇଥିଲା ।

ଆଜିବି ନୋଟବନ୍ଦୀକୁ ନେଇ ଚର୍ଚ୍ଚା ଥମିନାହିଁ । ଦେଶର ପ୍ରତ୍ୟେକଟି ନାଗରିକ ଏହାକୁ ସାମ୍ନା କରିଥିଲେ। ୨୦୧୬ ନଭେମ୍ବର ୮ ତାରିଖ ରାତି ୮ଟା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହଠାତ ପାଞ୍ଚ ଶହ ଏବଂ ହଜାରେ ଟଙ୍କିଆ ନୋଟ ବନ୍ଦ କରିବାକୁ ଘୋଷଣା କରିଥିଲେ । ତା ସହିତ ନୂଆ ୨ ଶହ ଟଙ୍କିଆ, ୫ ଶହ ଟଙ୍କିଆ ଏବଂ ୨ ହଜାର ଟଙ୍କିଆ ନୋଟ ପ୍ରଚଳନ ପାଇଁ ଘୋଷଣା କରିଥିଲେ ।

ସାଧାରଣ ଲୋକମାନେ ନୋଟବନ୍ଦୀ ବେଳେ ସାମ୍ନା କରିଥିବା ସମସ୍ୟାକୁ ଆଜିବି ଭୁଲି ନାହାଁନ୍ତି । ନୋଟବନ୍ଦୀର ପ୍ରଭାବ ସବୁଠାରୁ ବେଶି ସେହି ଉଦ୍ୟୋଗ ଗୁଡିକ ଉପରେ ପଡିଥିଲା ଯେଉଁମାନେ ବିଶେଷ କରି ନଗଦ କାରବାର କରୁଥିଲେ । ଏଥିରେ ଲଘୁ ଉଦ୍ୟୋଗୀମାନେ ବେଶି ପ୍ରଭାବିତ ହୋଇଥିଲେ । ବ୍ୟବସାୟ କରିବା ପାଇଁ ଏମାନଙ୍କୁ ବହୁ ଅସୁବିଧାର ସାମ୍ନା କରିବାକୁ ପଡିଥିଲା । ଏମିତିକି ବହୁ ଲଘୁ ଉଦ୍ୟୋଗୀ ସେମାନଙ୍କ ବେଉସା ହରାଇଲେ ଏବଂ ଅନେକ ଲୋକଙ୍କୁ ଚାକିରି ହରାଇବାକୁ ପଡିଥିଲା । ଅଚାନକ ନୋଟବନ୍ଦୀକୁ ସହଜରେ ହଜମ କରିପାରିଲେ ନାହିଁ ଦେଶବାସୀ । ସାରା ଦେଶରେ ଅରାଜକତା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଲୋକମାନେ ଟଙ୍କା ବଦଳାଇବାକୁ ଏବଂ ଜମା କରିବାକୁ ଖରା, ବର୍ଷାରେ ଛିଡା ହୋଇ ବ୍ୟାଙ୍କମାନଙ୍କରେ ଲମ୍ବା ଲାଇନ ଲଗାଇଥିଲେ ।

ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ନୋଟବନ୍ଦୀ ସହିତ ଜଡିତ ନିୟମଗୁଡିକୁ ବାରମ୍ବାର ବଦଳାଇଲେ । ନୋଟବନ୍ଦୀ କରିବା ପୂର୍ବରୁ ସରକାର ଆଗୁଆ କୌଣସି ପ୍ରସ୍ତୁତି କରିନଥିଲେ ବୋଲି ବିରୋଧି ଅଭିଯୋଗ ଆଣିଥିଲେ । ମୋଦି ସରକାର ନୋଟବନ୍ଦୀ କରିବାର କିଛି ପ୍ରମୁଖ କାରଣ ଗଣମାଧ୍ୟମ ସାମ୍ନାରେ ରଖିଥିଲେ । କଳାଧନ ବାହାର କରିବା , ଦେଶରେ ନକଲି ନୋଟ କାରବାରକୁ ବନ୍ଦ କରିବା , ଆତଙ୍କବାଦ ଏମଂ ନକ୍ସଲ ଗତିବିଧି ଉପରେ ଲଗାମ ଲଗାଇବା ସମେତ ଅର୍ଥନୀତି ବୃଦ୍ଧି ଭଳି କାରଣ ଦେଶବାସୀଙ୍କ ସାମ୍ନାରେ ରଖିଥିଲେ ସରକାର ।

କେନ୍ଦ୍ର ସରକାର ଦାବୀ କରୁଛନ୍ତି ଯେ ନୋଟବନ୍ଦୀ ହେବାଯୋଗୁଁ ଟ୍ୟାକ୍ସ୍ କାରବାର ବୃଦ୍ଧି ପାଇଛି ଏବଂ କଳାଧନ ସରକାରଙ୍କ ଟ୍ରେଜେରିକୁ ଚାଲିଆସିଛି । କିନ୍ତୁ କଳାଧନ କେତେ ପରିମାଣର ଜବତ ହୋଇଛି ଏବଂ କେଉଁମାନଙ୍କ ଠାରୁ କେତେ ଜବତ କରାଯାଇଛି ତାର ତଥ୍ୟ ଏଯାଏଁ ସରକାର ସାର୍ବଜନୀନ କରିନାହାନ୍ତି । ରିଜର୍ଭ ବ୍ୟାଙ୍କ୍ କହିବା ଅନୁଯାୟୀ ନୋଟବନ୍ଦୀ ପରେ ପ୍ରାୟ ୯୯.୩୦ ପ୍ରତିଶତ ୫ ଶହ ଏବଂ ହଜାରେ ଯଙ୍କିଆ ନୋଟ ବ୍ୟାଙ୍କରେ ଜମା ହୋଇସାରିଛି । ନୋଟବନ୍ଦୀ ଦ୍ବାରା ଜିଡିପିକୁ ମଧ୍ୟ ଜୋରଦାର ଝଟକା ଲାଗିଥିଲା । ପ୍ରଥମ ତ୍ରୈମାସିକରେ ଜିଡିପି ହ୍ରାସ ପାଇ ୬.୧ ପ୍ରତିଶତକୁ ଖସିଆସିଥିଲା। ୨୦୧୫ରେ ଜିଡିପି ୭.୯ ପ୍ରତିଶତ ଥିଲା ।

ତେବେ ନୋଟବନ୍ଦୀ ପରେ ଡିଜିଟାଲ କାରବାର ଦୃତ ଗତିରେ ବୃଦ୍ଧି ପାଇଛି । ନଗଦ କାରବାର କମ ହେବା ସହିତ ମୋବାଇଲ ବ୍ୟାଙ୍କିଂ, ଅନଲାଇନ କାରବାର ବୃଦ୍ଧି ପାଇଛି । ସବୁ କାମରେ ଲୋକମାନେ କ୍ୟାସଲେସର ବିକଳ୍ପ ଆପଣାଉଛନ୍ତି ସେଥିପାଇଁ ନୋଟବନ୍ଦୀ ମଧ୍ୟ ସଫଳ ହୋଇଛି ବୋଲି ସରକାର ଦାବି କରୁଛନ୍ତି ।

   Related Posts