ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ନିର୍ଦ୍ଦେଶରେ ‘ପ୍ରଜା ବେଦିକା’ କୋଠା ଉପରେ ବୁଲିଲା ବୁଲଡୋଜର

Published By : Prameya-News7 Bureau | June 26, 2019 IST

ଭଙ୍ଗାଗଲା ପ୍ରଜା ବେଦିକା ।  ରାତି ଅଧରେ ଆନ୍ଧ୍ର ପ୍ରଦେଶର ପୂର୍ବତନ ସରକାରଙ୍କ ଅମଳରେ ନିର୍ମିତ ହୋଇଥିବା  ‘ପ୍ରଜା ବେଦିକା’ କୋଠା ଉପରେ ବୁଲିଲା ବୁଲଡୋଜର ।  ଟିଡିପି ସରକାର ଅମଳରେ ହୋଇଥିବା ଏହି କୋଠାକୁ ବର୍ତ୍ତମାନର ଜଗନ ରେଡ୍ଡୀ ସରକାର ଭାଙ୍ଗି ଦେଇଛନ୍ତି । ଏହି କୋଠା ବେଆଇନ ବୋଲି ସରକାରକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ କହିଥିଲେ ।

{"id":127291}

ଏହାକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତାଙ୍କ ନିର୍ଦ୍ଦେଶ ପରେ ଗତକାଲି ରାତିରେ ‘ପ୍ରଜା ବେଦିକା’ କୁ ଭାଙ୍ଗିବା କାମ ଆରମ୍ଭ ହୋଇଛି । ସକାଳ ସୁଦ୍ଧା ପ୍ରଜା ବେଦିକାର ଅନେକ କାନ୍ଥ ଭାଙ୍ଗି ଦିଆଯାଇଛି । ଆଗାମୀ ଦୁଇ ଦିନ ମଧ୍ୟରେ ସମ୍ପୁର୍ଣ୍ଣ କୋଠାକୁ ଭଙ୍ଗାଯିବାର ଲକ୍ଷ୍ୟ ରଖିଛନ୍ତି ସରକାର । ଜଗନ ସରକାରଙ୍କ ଏହି ନିଷ୍ପତ୍ତିକୁ ଟିଡିପି ବିରୋଧ କରୁଥିବାରୁ ପ୍ରଜା ବେଦିକା ନିକଟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

{"id":127292}

ପ୍ରଜା ବେଦିକା’ ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଚନ୍ଦ୍ରବାବୁ ନାଇଡୁ ପରିବାର ସହ ବିଦେଶରେ ଛୁଟି କାଟୁଥିଲେ । ସକାଳେ ସେ ବିଶାଖାପଟନମ୍  ପହଞ୍ଚିଛନ୍ତି । ଆଜି ସେ ପ୍ରଜା ବେଦିକା ନିକଟକୁ ଯିବାର କାର୍ଯ୍ୟକ୍ରମ ରହିଛି । ଚନ୍ଦ୍ରବାବୁ ନାଇଡୁଙ୍କ ବାସଭବନ ନିକଟରେ କ୍ରିଷ୍ଣା ନଦୀ କୂଳରେ ପ୍ରାୟ ୧୦ କୋଟି ଟଙ୍କାରେ ୨୦୧୭ରେ ଏହି ‘ପ୍ରଜା ବେଦିକା’ କୋଠାର ନିର୍ମାଣ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.