୪ ଦିନର ବିରତି ପରେ ପୁରୀରେ ଆରମ୍ଭ ହେଲା ଉଚ୍ଛେଦ କାର୍ଯ୍ୟ , ଆସନ୍ତାକାଲି ଆସୁଛନ୍ତି ଆମିକସ୍ କ୍ୟୁରୀ ଓ ସଲିସିଟର ଜେନେରାଲ

Published By : Prameya-News7 Bureau | September 05, 2019 IST

ପୁରୀ ୫।୯:  ଆଜି ପୁଣି ପୁରୀରେ ଆରମ୍ଭ ହୋଇଛି ଉଚ୍ଛେଦ କାର୍ଯ୍ୟ । ୪ ଦିନର ବିରତି ପରେ ଏମାର ମଠରେ ଥିବା ଅବଶିଷ୍ଟ ଦୋକାନ ଘରକୁ ଆଜି କଡ଼ା ସୁରକ୍ଷା ବଳୟ ମଧ୍ୟରେ ଭାଙ୍ଗି ଦିଆଯାଇଛି। ପୂର୍ବରୁ ଏହି ମଠର ସାମ୍ନା ପଟରେ ଥିବା ବଣିଆପଟିକୁ ଉଚ୍ଛେଦ କରାଯାଇଥିଲା। ଅନ୍ୟ ପଟେ ଥିବା କାକୁଡ଼ିଖାଇ ମନ୍ଦିରକୁ ଏହି ଉଚ୍ଛେଦ କାର୍ଯ୍ୟରୁ ବାଦ ଦିଆଯାଇଛି ।

{"id":153521}

ସେହିପରି ଆଜି ଲଂଗୁଳି ମଠ ଓ ଏମାର ମଠର ଭଙ୍ଗା ଯାଇଥିବା ସ୍ଥାନକୁ ସମତୁଲ କରି ଚଟାଣ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଥିବା ଅସୁରକ୍ଷିତ ମଠରେ ଥିବା ଦୋକାନ ଘରକୁ ଭାଙ୍ଗିବା କାର୍ଯ୍ୟ ଜାରି ରହିବ ବୋଲି ସୂଚନା ମିଳିଛି।

{"id":153522}

ଅନ୍ୟପକ୍ଷରେ ଆସନ୍ତାକାଲି ପୁରୀ ଗସ୍ତରେ ଆସୁଛନ୍ତି ଆମିକସ୍ କ୍ୟୁରୀ ରଂଜିତ କୁମାର ଓ ସଲିସିଟର ଜେନେରାଲ ତୁଷାର ମେହେଟା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆମିକସ୍ କ୍ୟୁରୀ ଓ ସଲିସିଟର ଜେନେରାଲ ଦୁଇଦିନ ଧରି ଶ୍ରୀମନ୍ଦିର ଓ ଆଖପାଖ ଅଞ୍ଚଳ ପରିଦର୍ଶନ କରିବେ। ଶ୍ରୀମନ୍ଦିର ସଂସ୍କାର କାର୍ଯ୍ୟ, ଉଚ୍ଛେଦ କାର୍ଯ୍ୟ ବୁଲି ଦେଖିବା ସହ ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ କଡ଼ା ସୁରକ୍ଷା ମଧ୍ୟରେ ଉଚ୍ଛେଦ କାର୍ଯ୍ୟ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.