ଏୟାର ଇଣ୍ଡିଆଙ୍କ ୯ ହଜାର କର୍ମଚାରୀଙ୍କ ମୁଣ୍ଡରେ ଝୁଲୁଛି ଡେମୋକ୍ଲିସ୍‌ ଖଣ୍ଡା, ୫୫ରୁ ଊର୍ଦ୍ଧ୍ୱ ବୟସ୍କ କର୍ମଚାରୀଙ୍କୁ ଦିଆଯାଇଛି VRS ବିକଳ୍ପ

Published By : Prameya-News7 Bureau | June 03, 2022 IST

ମୁମ୍ବାଇ ୩।୬:  ଘରୋଇକରଣ ଯୋଗୁ ଏୟାର ଇଣ୍ଡିଆ ଟାଟା ସମୂହଙ୍କ ହାତକୁ ଯିବା ପରେ ଏବେ କର୍ମଚାରୀଙ୍କ ମୁଣ୍ଡରେ ଝୁଲୁଛି ଡେମୋକ୍ଲିସ୍‌ଖଣ୍ଡା। ଟାଟା ଗ୍ରୁପ ଏକ ମେଲ କରିଥିବା ବେଳେ ଏଥିରେ କର୍ମଚାରୀଙ୍କ ଲାଗି ସ୍ୱେଚ୍ଛାକୃତ ଅବସର ଯୋଜନା ଅର୍ଥାତ ଭିଆରଏସ୍‌ ଆଣୁଥିବାର ସୂଚିତ କରିଛନ୍ତି। ଯଦି ଟାଟା ସମୂହ ଏହି ଯୋଜନା ଆଣନ୍ତି ତେବେ ସିଧାଶଳଖ ୯ ହଜାର କର୍ମଚାରୀ ପ୍ରଭାବିତ ହେବେ ବୋଲି ଏବେ ଆକଳନ କରାଯାଉଛି।

ଏଚଆର ବିଭାଗଙ୍କ ଦ୍ୱାରା ଜାରି ମେମୋ ଅନୁସାରେ କ୍ୟାବିନ କ୍ରୁ ଲାଗି ସର୍ବାଧିକ ବୟସ ସୀମା ୪୦ ବର୍ଷ ଧାର୍ଯ୍ୟ କରାଯାଇଛି। ଅର୍ଥାତ ଯେଉଁ କ୍ୟାବିନ କ୍ରୁଙ୍କ ବୟସ ୪୦ ବର୍ଷ ସେ ମଧ୍ୟ ଏହି ଯୋଜନାର ଅଂଶବିଶେଷ ହୋଇପାରିବେ। ମେମୋରେ କୁହାଯାଇଛି ଯେଉଁ କର୍ମଚାରୀ ଭିଆରଏସ୍ ଯୋଜନା ଚୟନ କରିବେ ତାଙ୍କୁ ଅତିରିକ୍ତ ପ୍ରୋତ୍ସାହନ ରାଶି ମଧ୍ୟ ପ୍ରଦାନ କରାଯିବ। ଯାହା ଏକ୍ସ-ଗ୍ରାସିଆରୁ ପୃଥକ ହେବ।

{"align":"center","id":637745,"sizeSlug":"full","linkDestination":"none"}

କମ୍ପାନୀଙ୍କ ଚିଫ୍ ହ୍ୟୁମାନ ରିସୋର୍ସ ଅଫିସର ସୁରେଶ ଦତ୍ତେ ମେମୋରେ ଯେଉଁ କର୍ମଚାରୀମାନେ ଭିଆରଏସ ନେବାକୁ ଇଚ୍ଛୁକ ସେମାନେ ୧ରୁ ୩୦ ଜୁନ୍‌ ମଧ୍ୟରେ ଆବେଦନ କରିପାରିବେ ଅଥବା ତାଙ୍କ ରିଜିୟନର କାର୍ମିକ ବିଭାଗ ମୁଖ୍ୟଙ୍କ ସହ ସମ୍ପର୍କ କରିପାରିବେ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ନଭେମମ୍ବର ୨୦୧୯ ସୁଦ୍ଧା ଏୟାର ଇଣ୍ଡିଆରେ ୯ ହଜାର ୪୨୬ ସ୍ଥାୟୀ କର୍ମଚାରୀ କାମ କରୁଥିଲେ। ତେବେ ପ୍ରସଙ୍ଗରେ ଏୟାର ଇଣ୍ଡିଆ ୟୁନିୟନ ନେତାମାନେ ଏବେ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି।

ତେବେ ଏଥିରେ ଯାହା ରୋଚକ କଥା ତାହା ହେଉଛି ଗୋଟିଏ ପଟେ ଏୟାର ଇଣ୍ଡିଆ ସ୍ଥାୟୀ କର୍ମଚାରୀଙ୍କ ଲାଗି  ଭିଆରଏସ ସ୍କିମ ଆଣୁଥିବା ବେଳେ ଅନ୍ୟପଟେ କର୍ମଚାରୀଙ୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି।   କୋଲକାତା, ମୁମ୍ବାଇ, ବେଙ୍ଗାଲୁରୁ ଓ ହାଇଦ୍ରାବାଦରେ କ୍ୟାବିନ କ୍ରୁ ପଦବୀ ଲାଗି ୱାକ୍-ଇନ- ଇଣ୍ଟରେଭ୍ୟୁ  ହେଉଛି। କେବଳ ଏତିକି ନୁହେଁ କମ୍ପାନୀ ଇଞ୍ଜିନିୟରିଂ ଓ ନେଟୱାର୍କ ପ୍ଲାନିଂ ଆଦି ବିଭାଗର ମିଡ୍ ଓ ସିନିୟର ଲେବୁଲରେ ମଧ୍ୟ କର୍ମଚାରୀ ରିକ୍ରୁଇଟମେଣ୍ଟ କରୁଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ଟିସିଏସ୍‌ର ପୂରୁଣା ବରିଷ୍ଠ ଅଫିସର ଯେଉଁମାନେ ପାସପୋର୍ଟ ସେବା ପ୍ରୋଗ୍ରାମର ନେତୃତ୍ୱ ନେଉଥିଲେ ସେମାନଙ୍କୁ ଏବେ କଷ୍ଟମର ଏକ୍ସପିରିଏନ୍ସ ଓ ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ଦାୟିତ୍ୱ ଦିଆଯାଉଛି। ସେହିପରି ଟାଟା ଡିଜିଟାଲରେ ଷ୍ଟ୍ରାଟେଜିକ ଇନିସିଏଟିଭ ମୁଖ୍ୟ ସତ୍ୟା ରାମାସ୍ୱାମୀଙ୍କୁ ଏୟାରଲାଇନର ଚିଫ୍ ଡିଜିଟାଲ ଏଣ୍ଡ ଟେକ୍ନୋଲଜି ଅଫିସର ଭାବେ ନିଯୁକ୍ତ କରାଯାଇଛି। ଟାଟା ସମୂହ ଗତ ଅକ୍ଟୋବର ୨୦୨୧ରେ ଏୟାର ଇଣ୍ଡିଆର ଅଧିଗ୍ରହଣ କରିଛନ୍ତି। ଏଥିରୁ ସରକାରଙ୍କୁ୧୮ ହଜାର କୋଟି ଟଙ୍କା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.