previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଧର୍ମଗଡ : ଲଗାଣ ବର୍ଷାରେ ବେହାଲ କଳାହାଣ୍ଡି ଜିଲ୍ଲା, ନଦୀ କୂଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି
  • ||
  • ମୋହନା : ଲଗାଣ ବର୍ଷାରେ ବୃଦ୍ଧି ପାଇଲା ହରଭଙ୍ଗୀ ନଦୀର ଜଳସ୍ତର, ୪ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ସାନଖେମୁଣ୍ଡି : କୂଅରେ ପଡିଲା ଜଙ୍ଗଲୀ ବାରହା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପୁରୀ : ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ : ଭାସିଯାଇ ଯୁବତୀଙ୍କ ମୃତ୍ୟୁ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଜଣେ ଶିଶୁ ସମେତ ୩ ଆହତ
  • ||
  • ସମ୍ବଲପୁର : ବ୍ରେକ୍ ଫେଲ୍ ହେଲା ଚଳନ୍ତା ବସ୍‌, ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା
  • ||
  • କାମାକ୍ଷାନଗର : ନଦୀ ପାର ହେବା ସମୟରେ ଭାସିଗଲେ ବୃଦ୍ଧା, ମୃତଦେହ ଉଦ୍ଧାର କଲେ ପରିବାର ଲୋକ
  • ||
  • ବିହାରରେ ବଦଳିବ ରାଜନୈତିକ ସମୀକରଣ : କଂଗ୍ରେସ-ଆରଜେଡି ସମର୍ଥନରେ ସରକାର ଗଢିବେ ନୀତିଶ !
  • ||
  • ଜୟପୁର : ନଦୀ ପାର ହେବା ସମୟରେ ଭାସିଗଲେ ବୃଦ୍ଧା, ମୃତଦେହ ଉଦ୍ଧାର କଲେ ପରିବାର ଲୋକ
  • ||
  • କଣ୍ଟାବାଞ୍ଜି : ଗାଁ ନିକଟ ମହୁଲ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ଆତ୍ମହତ୍ୟା ନା’ ହତ୍ୟା ଅସ୍ପଷ୍ଟ
  • ||

ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ପାଇଁ ପୁଣି ଦାବୀ; ଲୋୟର ପିଏମଜିରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ପ୍ରତିବାଦ କଲେ ଆନ୍ଦୋଳନକାରୀ

5/07/2022 at 5:55 PM

ଭୁବନେଶ୍ୱର ୦୫/୦୭: ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ପାଇଁ ପୁଣି ଦାବୀ ହୋଇଛି। ମଙ୍ଗଳବାର ଭୁବନେଶ୍ୱରର ଲୋୟର ପିଏମଜିରେ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ତରଫରୁ ପ୍ରତିବାଦ କରାଯାଇଛି। କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚାର ସଦସ୍ୟମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ନୃତ୍ୟ ସହିତ ଶୋଭାଯାତ୍ରା କରି ଏପରି ନିଆରା ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି। ସେମାନେ ପ୍ରତିବାଦ କରିବା ସମୟରେ ଜୟ କୋଶଳ ଧ୍ୱନୀରେ ଲୋୟର ପିଏମଜିରେ ଆନ୍ଦୋଳନ କରିଥିଲେ।   

ଆନ୍ଦୋଳନ କାରୀଙ୍କ ଯୁକ୍ତି ହେଲା ସ୍ୱାଧୀନତା ପରେ ଓଡ଼ିଶା ରାଜ୍ୟ ଗଠନ ହେବାଠାରୁ କୋଶଳ ଅଞ୍ଚଳରେ (ପଶ୍ଚିମ ଓଡ଼ିଶା) ସାମାଜିକ, ଅର୍ଥନୈତିକ ଓ ସାମ୍ୱିଧାନିକ ବିକାସ ହୋଇନି। ଓଡ଼ିଶା ରାଜ୍ୟ ଗଠନ ସମୟରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ମିଶାଇ ଏହି ପ୍ରତିଶୃତି ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ଉନ୍ନତି ହୋଇନି। କୋଶଳ ଅଞ୍ଚଳ ପ୍ରତି ସବୁବେଳ ସରକାରଙ୍କର ବୈମାତୃକ ମନୋଭାବ ରହିଛି। ଚାକିରି ଓ ଶିକ୍ଷା କ୍ଷେତ୍ରରେ ଆଞ୍ଚଳିକ ବୈଷମ୍ୟ ଦେଖାଇ ଉପେକ୍ଷା କରାଯାଉଛି। ରାଜନୈତିକ କ୍ଷେତ୍ରରେ ଓ ଅଞ୍ଚଳ ବିକାସରେ ପାତର ଅନ୍ତର ନୀତି ଆପଣା ଯାଉଛି। ପଶ୍ଚିମ ଓଡ଼ିଶା ଅଞ୍ଚଳରେ ଦୁଇ କୋଟି ଲୋକ ରହିବା ସହିତ ଏଠାରେ ଖଣିଜ ଓ ବନ୍ୟ ସମ୍ପଦ ମଧ୍ୟ ଭରପୁର ରହିଛି ତଥାପି ସମସ୍ତ କ୍ଷେତ୍ରରେ ଓଡ଼ିଶା ସରକାରରେ ଅବହେଳିତ ରହିଛନ୍ତି ବୋଲି ଆନ୍ଦୋଳନକାରୀ ମାନେ ଅଭିଯୋଗ ଆଣିଛନ୍ତି। ସେଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତୁରନ୍ତ ଆଇନଗତ ପ୍ରକ୍ରିୟା ଆରମ୍ଭ କରି କୋଶଳ ରାଜ୍ୟ ଗଠନ କରିବା ପାଇଁ ଏକ ଦାବୀ ପତ୍ର ଦେଇଛନ୍ତି।    

   Related Posts