ଟଙ୍କା ମାଗି ହତ୍ୟା ଧମକ, ୪ ନକଲି ମାଓବାଦୀ ଗିରଫ

Published By : Prameya-News7 Bureau | December 12, 2023 IST

ରାୟଗଡ଼ା: ନକଲି ମାଓ ଚିଠି ଓ ହତ୍ୟା ଧମକ ଦେଇ ୪ ଜଣ ଗିରଫ ହୋଇଛନ୍ତି । ଏହି ସୂଚନା ଦେଇଛନ୍ତି ରାୟଗଡ଼ା ଏସପି ବିବେକାନନ୍ଦ ଶର୍ମା । ଗିରଫ ୪ ଜଣଙ୍କ ମଧ୍ୟରେ ୨ ଜଣ ମହିଳା ରହିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି । ଗିରଫ ୪ଜଣ ହେଲେ କଳହାଣ୍ଡି ଜିଲ୍ଲା କଲମପୁର ଥାନା ମଣ୍ଡଳ ଗ୍ରାମର ଯଶୋବନ୍ତ ନାଏକ(୨୭) ଓ ବର୍ଷା ନାଏକ(୨୫), କାଶୀପୁର ଥାନା ମାଳିଗାଁର ପିଣ୍ଟୁ ଓରଫ୍ ରମେଶ ନାଏକ(୩୨) ଏବଂ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ବୁନ୍ଦିଆ କୋଲୋନୀ ଅନ୍ତର୍ଗତ କଲ୍ୟାଣୀ ପଂଚଭୟା(୩୦) ।

wp:heading {"level":4}

Also read- କଟକ ଆରପିଏଫର ମହାନତା, ହଜିଥିବା ଟଙ୍କା ବ୍ୟାଗ ଖୋଜି ବ୍ୟକ୍ତିଙ୍କୁ ଫେରାଇଲେ

/wp:heading

ମିଳିଥିବା ସୂଚନା ଅନୁସାରେ, କାଶୀପୁର ବ୍ଲକ ଦୋରାଗୁଡ଼ା ଥାନା ଅନ୍ତର୍ଗତ ଡିମୁଣ୍ଡି ଗ୍ରାମର ପରମାନନ୍ଦ ନାଏକ ଦେଇଥିବା ଲିଖିତ ଅଭିଯୋଗ ଅନୁସାରେ ପରମାନନ୍ଦଙ୍କୁ ଏକ ମାଓ ଚିଠି ଆସିଥିଲା । ଉକ୍ତ ଚିଠିରେ ତାଙ୍କୁ ୬୦ ଲକ୍ଷ ଟଙ୍କା ଦେବାକୁ ଧମକ ଦିଆଯାଇଥିଲା। ଏଥି ସହିତ ଅଜଣା ନମ୍ବର ତାଙ୍କୁ ଫୋନ୍ କଲ୍ କରି ୬୦ ଲକ୍ଷ ଟଙ୍କା ଦିଅ ନଚେତ୍ ଜୀବନରେ ମାରିଦେବାକୁ ଧମକ ମଧ୍ୟ ମିଳିଥିଲା ।

ଏନେଇ ସେ ଦୋରାଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରୁ ପୋଲିସ ୪ ଜଣଙ୍କ ସମ୍ପୃକ୍ତି ରହିଥିବା ଜାଣି ସେମାନଙ୍କୁ ଠାବ କରିଥିଲେ । ଆଜି ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଏଥି ସହିତ ସେମାନଙ୍କୁ ଠାରୁ ୪ ଟି ମୋବାଇଲ ଫୋନ୍ ଓ ୨ ଟି ମାଓ ଚିଠି ମଧ୍ୟ ଜବତ କରିଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.