ନୂପୁର ଶର୍ମାଙ୍କ କେସରେ ଦେଇଥିବା ଟିପ୍ପଣୀ ସୁପ୍ରିମକୋର୍ଟ ପ୍ରତ୍ୟାହାର କରିବାକୁ ଦାବି, ନୂତନ ଯାଚିକା ଦାଖଲ

Published By : Prameya-News7 Bureau | July 01, 2022 IST

ନୂଆଦିଲ୍ଲୀ: ପ୍ରଫେଟ୍ ମହମ୍ମଦଙ୍କ ଉପରେ ନୂପୁର ଶର୍ମାଙ୍କ ବିବାଦୀୟ ଟିପ୍ପଣୀ ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଉପରେ ଯାଚିକା ଦାୟର ହୋଇଛି। ସାମାଜିକ କର୍ମୀ ଅଜୟ ଗୌତମ ସୁପ୍ରିମକୋର୍ଟରେ ଶୁଣାଣି ବେଳେ ନୂପୁର ଶର୍ମାଙ୍କ ପ୍ରତି ବିଚାରପତି ଦେଇଥିବା ଟିପ୍ପଣୀକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ସେ ସିଧାସଳଖ ଏହି ଯାଚିକା ପ୍ରଧାନ ବିଚାରପତିଙ୍କ ନିକଟରେ ଦାଖଲ କରିଛନ୍ତି। ନୂପୁର ଶର୍ମାଙ୍କ ଜୀବନ ପ୍ରତି ବିପଦ ଥିବା ସେ କହିଛନ୍ତି। ସୁପ୍ରିମକୋର୍ଟ କଠୋର ଟିପ୍ପଣୀ କରି କହିଥିଲେ ନୂପୁର ଶର୍ମାଙ୍କୁ ଟିଭିରେ ଦେଶକୁ ସାର୍ବଜନୀନ ଭାବେ କ୍ଷମା ମାଗିବା ଉଚିତ୍। ଉଦୟପୁର ଘଟଣା ପାଇଁ ତାଙ୍କ ବୟାନ ହିଁ ଦାୟୀ ବୋଲି କୋର୍ଟ କହିଛନ୍ତି।

ଏବେ ସୁପ୍ରିମକୋର୍ଟରେ ନୂତନ ଯାଚିକା ଦାଖଲ ହୋଇଛି। ସାମାଜିକ କର୍ମୀ ଅଜୟ ଗୌତମଙ୍କ ପକ୍ଷରୁ ଦାଖଲ ଆବେଦନରେ ଦାବି କରାଯାଇଛି ନୂପୁର ଶର୍ମା କେସରେ ଶୁଣାଣି ବେଳେ ସୁପ୍ରିମକୋର୍ଟ ଯାହା ଟିପ୍ପଣୀ କରିଛନ୍ତି ତାକୁ ପ୍ରତ୍ୟାହାର କରିବା ଉଚିତ୍। ଏହା ପଛର କାରଣ ଦର୍ଶାଇ ସେ କହିଛନ୍ତି ଏଥିରେ ନୂପୁର ଶର୍ମାଙ୍କ ଜୀବନ ପ୍ରତି ବିପଦ ରହିଛି। ତାଙ୍କୁ ଶୁଣାଣି ବେଳେ ନିଜ ପକ୍ଷ ରଖିବାକୁ ଦିଆଯିବା ଉଚିତ୍ ବୋଲି ଅଜୟ ଗୌତମ କହିଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି ନୂପୁର ଶର୍ମା ଟିଭି ସାମ୍ନାକୁ ଆସି ସମଗ୍ର ଦେଶବାସୀଙ୍କୁ କ୍ଷମା ମାଗନ୍ତୁ । ଏଥିସହ ଉଦୟପୁର ଘଟଣା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ଦାୟୀ କରିଛନ୍ତି । ତାଙ୍କ ପାଇଁ ଏଭଳି ଘଟଣା ଘଟିଥିବା ସୁପ୍ରିମକୋର୍ଟ କହିଛନ୍ତି । ସୂଚନା ଥାଉକି, ଆଜି ନୂପୁର ଶର୍ମା ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଭିନ୍ନ ଭିନ୍ନ ରାଜ୍ୟରେ ତାଙ୍କ ବିରୋଧରେ ଯେତିକି ବି ମାମଲା ରୁଜୁ ହୋଇଛି ସେ ସବୁକୁ ଟ୍ରାନ୍ସଫର କରିବା ପାଇଁ ସେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ନୁପୁର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.