ଅନୁସୂଚିତ ଜାତି ତାଲିକାରୁ କେଉଟ, କୈବର୍ତ୍ତ, ଧୀବରଙ୍କୁ ହଟାଇବାକୁ ଦାବି : ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

Published By : Prameya-News7 Bureau | February 28, 2024 IST

ପାଟଣାଗଡ ୨: ଅନୁସୂଚିତ ଜାତି ତାଲିକାରୁ କେଉଟ, କୈବର୍ତ୍ତ, ଧୀବରଙ୍କୁ ତୁରନ୍ତ ହଟାଅ । ଏହିଭଳି ଦାବି କରିଛି ପାଟଣାଗଡ ଲେକ୍ଷେଘର ଗଣ୍ଡା ସମାଜ । ସଂଘର ସଭାପତି ଡିଗସନ୍ ନନ୍ଦଙ୍କ ନେତୃତ୍ୱରେ ଗଡଭିତର ଠାରୁ ଶତାଧିକ ପୁରୁଷ ମହିଳା ବିଶାଳ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ବିକ୍ଷୋଭ କରିବା ସହ ଧାରଣାରେ ବସିଥିଲେ ।

ଆନ୍ଦୋଳନକାରୀଙ୍କ ଦାବି ୨୦୦୨ ମସିହାରେ କେଉଟ, କୈବର୍ତ୍ତ, ଧୀବର ସମ୍ପ୍ରଦାୟକ ଲୋକେ ଦେବାର ଜାତିର ବୋଲି ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବା ପରେ ଅନୁସୁଚିତ ଜାତି ତାଲିକାରେ ସ୍ଥାନ ପାଇଥିଲେ । ହେଲେ ପ୍ରକୃତରେ ସେମାନେ ଦେବାର ଜାତିର ନୁହନ୍ତି । ଏମାନେ ଅନୁସୂଚିତ ଜାତି ତାଲିକାରେ ଅନ୍ତର୍ଭୁକ୍ତ ହେଲା ପରେ ଆମ ପାଇଁ ଥିବା ବିଭିନ୍ନ କୋଟାର ଭାଗିଦାର ହେଉଛନ୍ତି । ଏଥିପ୍ରତି ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଥିଲେ । ନିର୍ବାଚନ ପୂର୍ବରୁ ପ୍ରଶାସନ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛନ୍ତି ।  

You Can Read :

wp:embed {"url":"https://www.prameyanews7.com/flesh-trade-in-a-rented-house-in-badakhuri-of-balasore-district/","type":"wp-embed","providerNameSlug":"prameya-news-7"}
https://www.prameyanews7.com/flesh-trade-in-a-rented-house-in-badakhuri-of-balasore-district/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.