suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି: ଗଣମାଧ୍ୟମ ସାମ୍ନାରେ ମାଆ ପଚାରିଲେ, ୩ଟି ପ୍ରଶ୍ନ…ଶୁଣନ୍ତୁ

28/09/2020 at 4:44 PM

ବୌଦ୍ଧ୨୮/୯:  ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣା ଉପରୁ ହଟୁନି ପରଦା। ମୃତ୍ୟୁକୁ ୨ ମାସ ବିତିଗଲାଣି ତଥାପି ପ୍ରକୃତ ଘଟଣା କଣ ଥିଲା ? ଆଦିତ୍ୟ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରି ଟ୍ରେନ୍ ଲାଇନ୍‌ରେ ଫିଙ୍ଗି ଦିଆଯାଇଛି, ସେ ସଂପର୍କରେ ସ୍ପଷ୍ଟ କରୁ ନାହିଁ କ୍ରାଇମବ୍ରାଞ୍ଚ। ପ୍ରଥମେ ଜିଆରପି ତଦନ୍ତ ଭାର ସମ୍ଭାଳିଥିଲା, ପରେ ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା। ବର୍ତ୍ତମାନ ଆଦିତ୍ୟଙ୍କ ମୃତ୍ୟୁ ଘଟଣାର ତଦନ୍ତ ଧୀରେ ଧୀରେ ଶୀଥିଳତା ପଡିଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ମାଆ-ବାପାଙ୍କ ସମେତ ବୌଦ୍ଧ ଜିଲ୍ଲାବାସୀ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି।

 ଏ ନେଇ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ଦିଆଯାଇଛି। ଘଟଣାର ସିବିଆଇ ତଦନ୍ତ ନ ହେଲେ ଆଗାମୀ ଦିନରେ ବୌଦ୍ଧ ଜିଲ୍ଲା ସମେତ ରାଜଧାନୀରେ ତୀବ୍ର ଅସନ୍ତୋଷ ଦେଖାଯିବ ବୋଲି ଆଦିତ୍ୟଙ୍କ ସମର୍ଥକମାନେ ଚେତାବନୀ ଦେଇଛନ୍ତି।ମୃତ ଆଦିତ୍ୟଙ୍କ ବାପା ନନ୍ଦି କିଶୋର ଦାଶ କହିଛନ୍ତି ଯେ, ପ୍ରଥମରୁ ଜିଆରପି ପୋଲିସ୍‌ ସନ୍ଧାନୀ କୁକୁର ମାଧ୍ୟମରେ ତଦନ୍ତ କରିଥିଲେ, ଦୋଷୀ ନିଶ୍ଚିତ ଧରାପଡିଥାନ୍ତା। ସେପ୍ଟେମ୍ବର ୪ ତାରିଖରେ ଆଦିତ୍ୟ ପିନ୍ଧିଥିବା ମାସ୍କ କ୍ରାଇମ୍‌ବ୍ରାଞ୍ଚ ହାତରେ ଲାଗିଥିଲା କିନ୍ତୁ  ଏପର୍ଯ୍ୟନ୍ତ ଦୋଷୀ ଧରା ପଡୁ ନାହିଁ। ତଦନ୍ତ କେତେ ବାଟ ଗଲା, କଣ ହେଲା ସେ ସଂପର୍କରେ ଆମେ ଜାଣି ପାରୁ ନାହୁଁ ବୋଲି ନନ୍ଦକିଶୋର କହିଛନ୍ତି।  ଅନ୍ୟପଟେ ଆଦିତ୍ୟଙ୍କ ମାଆ ପଦ୍ମାଳୟା ଦାଶ ଗଣମାଧ୍ୟମ ସାମ୍ନାରେ କ୍ରାଇମ୍‌ବ୍ରାଞ୍ଚକୁ ୩ଟି ପ୍ରଶ୍ନ ପଚାରିଛନ୍ତି, ପ୍ରଥମ ପ୍ରଶ୍ନ- ମୋ ଘରୁ କପଡ଼ା ଗଲା କାହିଁକି ?  ଦ୍ବିତୀୟ ପ୍ରଶ୍ନ- ଟ୍ରେନ୍‌ ଲାଇନ୍‌ରେ ରକ୍ତ କାହିଁକି ପଡି ନଥିଲା ? ତୃତୀୟ ପ୍ରଶ୍ନ- ଯଦି ଆଦିତ୍ୟ ଆତ୍ମହତ୍ୟା କରିଛନ୍ତି, ତେବେ କେଉଁ ଲୋକ ପାଇଲଟ ତାଙ୍କୁ ଧକ୍କା ଦେଇଛନ୍ତି ?  ଶୁଣନ୍ତୁ

   Related Posts