suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ରାଜ୍ୟର ଅନେକ ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ : ପେଟ ଥଣ୍ଡା ରଖିବା ପାଇଁ ବଢିଛି ତାଳସଜର ଚାହିଦା

20/05/2019 at 10:51 AM

ସୁବର୍ଣ୍ଣପୁର ୨୦/୫ : ସୁବର୍ଣ୍ଣପୁର ଜିଲ୍ଲାରେ ଗତ ୭ ଦିନ ହେବ ପାରଦ ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି । ଏପଟେ ଗରମ ଦାଉରୁ ନିଜକୁ ସୁସ୍ଥ ଓ ପେଟକୁ ଥଣ୍ଡା ରଖିବା ପାଇଁ ଗାଁ ଗାଁରେ ଚାଲିଛି ତାଳସଜର ଆସର । ତାଳ ଫଳ ପୁରୁଣା ହୋଇଥିଲେ ସୁଦ୍ଧା ଏହା ଖରାଦିନରେ ପେଟ ଥଣ୍ଡା ରୁହେ ଏ ବାବଦରେ ବହୁ କମଲୋକେ ଜାଣିଥିବେ ।

ବିଶେଷ କରି ଜିଲ୍ଲାର ବହୁ ସ୍ଥାନରେ ତାଳ ଗଛ ଅଧିକ ମାତ୍ରାରେ ଥିବାବେଳେ ଖରାକୁ ଆଖି ଆଗରେ ରଖି ତାଳସଜର ଚାହିଦା ବଢିବା ସାଙ୍ଗକୁ ସାଙ୍ଗସାଥୀ ମାନେ ଗାଁ ଗହିରକୁ ଯାଇ ତାଳସଜ ଖାଇ ପେଟ ଥଣ୍ଡା କରିବାରେ ଲାଗିପଡିଛନ୍ତି । କେବଳ ଗାଁ ଲୋକ ନୁହଁନ୍ତି ରାସ୍ତାରେ ମଧ୍ୟ ବସୁଛି ତାଳସଜର ଆସର । ଆଉ ଲୋକେ ବି ଏହାକୁ ଖରାଦିନ ପାଇଁ ପଇସା ରୋଜଗାର କରିବାର ଏକ ମୌକା ପାଇଛନ୍ତି ।

ସକାଳୁ ସଂଞ୍ଜ ଯାଏଁ ତାଳଗଛ ମୁଳେ ଲାଗେ ଲୋକଙ୍କ ଭିଡ । ତାଳଗଛକୁ ଯାଇ ଲୋକେ ଭିନ୍ନ ଭିନ୍ନ ଉପାୟରେ ଗଛ ଚଢି ତାଳସଜ କୁ ହାଣି ତଳକୁ ଆଣିଥାନ୍ତି । ତା ପରେ ତାଳ ଫଳର ଚାରିପଟେ ରୁଣ୍ଡ ହୋଇ ଖାଇଥାନ୍ତି ତାଳସଜ । ପିଲାଠୁ ବୁଢା ସମସ୍ତ ଙ୍କ ପାଇଁ ଖରାଦିନେ ତାଳସଜ ଖାଇବାର ମଜା ନିଆରା ହୋଇଥିବାବେଳେ ଲାଗେ ସତେ ଯେମିତି ନୂଆଣିଆ ଫଳ । ସୁବର୍ଣ୍ଣପୁର ଜିଲ୍ଲାର କେବଳ ଯେ ଗାଁ ଗଣ୍ଡାରେ ଏଭଳି ଚିତ୍ର ଦେଖିବାକୁ ମିଳେ ତାହା ନୁହେଁ ଜିଲ୍ଲା ଦେଇ ଯାଇଥିବା ବିଭିନ୍ନ ରାସ୍ତା ଏବଂ ଛକ ମାନଙ୍କରେ ମଧ୍ୟ ତାଳସଜର ଆସର ଦେଖିବାକୁ ମିଳିଥାଏ ।

ଜିଲ୍ଲାର ବିଭିନ୍ନ ଗାଁ ଗଣ୍ଡାରେ ତାଳଗଛ ବହୁଳ ମାତ୍ରାରେ ଥିବାରୁ ଖରାଦିନେ ଲୋକେ ତାଳସଜ ଖାଇବାର ମଜା ଉଠାଇଥାନ୍ତି । କିଏକିଏ ଏହି ତାଳସଜକୁ ଆଣି ରାସ୍ତା କଡରେ ବିକ୍ରି କରି ବେଶ ଦୁଇପଇସା ମଧ୍ୟ ରୋଜଗାର କରିଥାନ୍ତି । ଆଉ ଉଦୁଉଦିଁଆ ଖରାବେଳଟାରେ ରାସ୍ତା ରେ ଯାଉଥିବା ଯାତ୍ରୀ ମାନଙ୍କର ଗହଳି ଲାଗେ ତାଳସଜ ଆସରରେ । କେମିକାଲ ଯୁକ୍ତ କୋଲଡ୍ରିଙ୍କ୍ସ ନ ପିଇ ଲୋକେ ତାଳସଜ ଖାଇ ପେଟକୁ ଥଣ୍ଡା ରଖିଥାନ୍ତି ।


ତାଳଗଛର ଫଳରେ ଥାଏ ଅନେକ ଔଷଧୀୟ ଗୁଣ । ତାଳଗଛର ଫଳକୁ କାଟିଦେଲେ ବାହାରେ ଧଳା ରଙ୍ଗର ଏକ ବଡ ଅଂଶ । ମିଠା ସହିତ ସୁସ୍ବାଦୁ ଲାଗିଥାଏ ତାଳ । ବିଶେଷ କରି ଖରାଦିନରେ ତାଳସଜ ଖାଇଲେ ପେଟ ଥଣ୍ଡା ହୋଇଥାଏ । ଲୋକେ ଖରାରୁ ରକ୍ଷା ପାଇବା ପାଇଁ ବହୁଳ ମାତ୍ରାରେ ତାଳସଜ ଖାଇଥାନ୍ତି । ଯାହାଫଳରେ ଖରାଦିନେ ତାଳସଜର ଚାହିଦା ଢେର ଅଧିକ । ସାବିତ୍ରୀ ଅମାବାସ୍ୟାରେ ଲାଗୁଥିବା ଏହି ଫଳର ଉପକାରିତା ବାବଦରେ ଖୁବ କମ ଲୋକ ଜାଣିଥାନ୍ତି ।


ଖରା ଯେତିକି ବଢୁଛି ସେ ଅନୁପାତରେ ତାଳସଜର ଚାହିଦା ବଢିଚାଲିଥିବାବେଳେ ଖରାଦିନେ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ବାଟୋଇ ମାନଙ୍କ ପାଇଁ ତାଳସଜ ସାଜିଛି ଉତ୍ତମ ଖାଦ୍ୟ ।

   Related Posts