ଓଡିଶା ଦିବ୍ୟାଙ୍ଗ ମହାସଂଘର ଦାବି: କରୋନା ସମୟରେ ଦିବ୍ୟାଙ୍ଗଙ୍କ ପାଇଁ ରାଜ୍ୟ ସରକାର ପ୍ୟାକେଜ ଘୋଷଣା କରନ୍ତୁ

Published By : Prameya-News7 Bureau | May 09, 2020 IST

ଭୁବନେଶ୍ବର୯/୫: କରୋନା ସମୟରେ ଦିବ୍ୟାଙ୍ଗଙ୍କ ପାଇଁ ରାଜ୍ୟ ସରକାର ପ୍ୟାକେଜ ଘୋଷଣା କରନ୍ତୁ । ଏହାକୁ ନେଇ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ କମିଶନ ନିକଟରେ ଦାବିପତ୍ର ଦେଇଛି ଓଡିଶା ଦିବ୍ୟାଙ୍ଗ ମହାସଂଘ । ରାଜ୍ୟରେ କେତେ ଦିବ୍ୟାଙ୍ଗ ଅଛନ୍ତି ସରକାରଙ୍କ ପାଖରେ ତାର ହିସାବ ନାହିଁ ବୋଲି ସଂଘ ଅଭିଯୋଗ କରିଛି । କରୋନା ମହାମାରୀ ସମୟରେ ରାଜ୍ୟ ସରକାର ସମସ୍ତଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରୁଛନ୍ତି । ମାତ୍ର ବିଦ୍ୟାଙ୍ଗଙ୍କ ପାଇଁ କୌଣସି ପ୍ୟାକେଜ ନାହିଁ ।

wp:html /wp:html

ବର୍ତ୍ତମାନ ସମୟରେ ଲକ ଡାଉନ ଅବଧି ବଢି ବଢି ଚାଲିଛି । ଏପରି ସମୟରେ ଦିବ୍ୟାଙ୍ଗମାନେ ଜୀବନ ଜୀବିକା ହରାଇଛନ୍ତି । ଏ ଦିଗରେ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ବୋଲି ମହାସଂଘ ଦାବି କରିଛି । ସେପଟେ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ କମିଶନର ସୁଲୋଚନା ଦାସ ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.