ଦଳମତ ନିର୍ବିଶେଷରେ ବିଧାନସଭାରେ ଉଠିଲା ସାମ୍ବାଦିକଙ୍କ ସୁରକ୍ଷା ପ୍ରସଙ୍ଗ

Published By : Prameya-News7 Bureau | November 18, 2019 IST

ଭୁବନେଶ୍ବର୧୮/୧୧: ଧାନସଭାରେ ଉଠିଲା ସାମ୍ବାଦିକ ସୁରକ୍ଷା ପ୍ରସଙ୍ଗ ।ଆଜି ଗୃହରେ ସଦସ୍ୟ ମାନେ ଦଳମତ ନିର୍ବିଶେଷରେ ସାମ୍ବାଦିକମାନଙ୍କର ସୁରକ୍ଷା ପାଇଁ ଆଇନ ଆଣିବାକୁ ଦାବି କରିଛନ୍ତି । ଗୃହରେ ଏହି ପ୍ରସଙ୍ଗ ପ୍ରଥମେ କଂଗ୍ରେସ ବିଧାୟକ ଦଳ ନେତା  ନରସିଂହ ମିଶ୍ର ଉଠାଇଥିଲେ ।

ମହାରାଷ୍ଟ୍ର ଢାଞ୍ଚାରେ ଓଡ଼ିଶାରେ ମଧ୍ୟ ଆଇନ ପ୍ରଣୟନ ହେଉ ବୋଲି ସେ କହିଛନ୍ତି । ତାଙ୍କ ସହିତ ସ୍ବର ମିଳାଇଥିଲେ ବିଧାୟକ ସୁର ରାଉତରାୟ ଓ ସନ୍ତୋଷ ସିଂ ସାଲୁଜା । ସେହିଭଳି ଶାସକ ଦଳ ବିଧାୟକ ପ୍ରଫୁଲ୍ଲ ସାମଲ ମଧ୍ୟ ସାମ୍ବାଦିକଙ୍କ ସୁରକ୍ଷା ଆଇନ ଆଣିବାକୁ ଦାବି କରିଥିଲେ । ରାଜ୍ୟରେ ସମସ୍ତ ସାମ୍ବାଦିକଙ୍କୁ ଚିହ୍ନଟ କରି ସେମାନଙ୍କ କଲ୍ୟାଣ ଲାଗି ସରକାର ପଦକ୍ଷେପ ନିଅନ୍ତୁ ବୋଲି ସେ ଦାବି କରିଥିଲେ । ଶ୍ରମ ଓ ସୂଚନା ଓ ଲୋକସଂପର୍କ ବିଭାଗ ଏନେଇ ସମନ୍ବର ରକ୍ଷା କରି ଏ କାର୍ଯ୍ୟ ଆଗକୁ ନେବାକୁ ସେ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.