କେନ୍ଦ୍ରାପଡ଼ାରେ ମେଡ଼ିକାଲ୍‌ କଲେଜ୍‌ ପ୍ରତିଷ୍ଠା ଦାବି; ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଲା 'ଜିଲ୍ଲା ସଚେତନ ନାଗରିକ ମଞ୍ଚ'

Published By : Prameya-News7 Bureau | January 24, 2023 IST

କେନ୍ଦ୍ରାପଡ଼ା ୨୪/୦୧: କେନ୍ଦ୍ରାପଡ଼ାରେ ଏକ ମେଡିକାଲ କଲେଜ ଓ  ହସ୍ପିଟାଲ୍‌ ପ୍ରତିଷ୍ଠା ପାଇଁ ଦାବି କରିଛି 'କେନ୍ଦ୍ରାପଡା ସଚତନ ନାଗରିକ ମଞ୍ଚ ଦାବି କରିଛି। ଜିଲ୍ଲାରେ ସ୍ୱାସ୍ଥ୍ୟସେବା ଅଧିକ ପ୍ରସାରିତ କରିବା ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ଡାକ୍ତରୀ ପଢ଼ିବାର ସୁଯୋଗ ଦେବାକୁ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠାର ଆବଶ୍ୟକତା ରହିଛି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।

{"id":737147,"sizeSlug":"full","linkDestination":"none"}

ସଙ୍ଗଠନର ସଭାପତି ପ୍ରତାପ ମହାପାତ୍ରଙ୍କ ନେତୃତ୍ବରେ କର୍ମକର୍ତ୍ତାମାନେ ଅତିରିକ୍ତ ଜିଲ୍ଲାପାଳ ପୀତାମ୍ବର ସାମଲଙ୍କୁ ଭେଟି ଏନେଇ ଦାବିପତ୍ର ଦେବା ସହ ବିସ୍ତୃତ ଆଲୋଚନା କରିଛନ୍ତି। ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ପ୍ରତିବାଦରେ ମେଡିକାଲ ବଞ୍ଚାଅ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯୟାଳୟ ଆଗରେ ଗଣଧାରଣା ଦିଆଯାଇଛି। କେନ୍ଦ୍ରାପଡ଼ା ସହରରେ ଏକ ସିଟି ହସପିଟାଲ ପ୍ରତିଷ୍ଠା ପାଇଁ କମିଟି ପକ୍ଷରୁ ଦାବି କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.