ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି; ସମ୍ୱଲପୁରରେ ତଳେ ଶୋଇ ପ୍ରତିବାଦ କଲେ ଆନ୍ଦୋଳନକାରୀ

Published By : Prameya-News7 Bureau | September 28, 2022 IST

ସମ୍ୱଲପୁର ୨୮/୦୯: ବୁଧବାର ଭୁବନେଶ୍ବରରେ ଶକ୍ତି ପ୍ରଦର୍ଶନ ସହ ସମ୍ବଲପୁର ସହିତ ବିଭିନ୍ନ ଜିଲ୍ଲାରେ ଓକିଲ ସମୂହ ପ୍ରତିବାଦ ସଭା କରୁଛନ୍ତି। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିରେ ଓକିଲ ସଂଘ ଭୁବନେଶ୍ବରରେ ସଚିବାଳୟ ଯାଇ ମୁଖ୍ଯମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ଯକ୍ରମ ରହିଛି। ଏହି ପରୀପ୍ରେକ୍ଷୀରେ ସମ୍ବଲପୁର ସହିତ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରତିବାଦ ସଭା କରାଯାଇଛି।

ଏନେଇ ଆଜି ସମ୍ବଲପୁରରେ ଓକିଲ ସଂଘ ସମସ୍ତ ସରକାରୀ କାର୍ଯ୍ଯାଳୟ ବନ୍ଦ ଘୋଷଣା କରିଛି। ଫଳରେ ପିକେଟିଂ କରି କାର୍ଯ୍ଯାଳୟ ବନ୍ଦ କରୁଛନ୍ତି। ତେବେ ବୁଧବାର କୋର୍ଟ ପରିସରକୁ ବିଚାରପତି ଯିବା ସମୟରେ ତଳେ ଶୋଇ ରହି ନାଗରିକମାନେ ପ୍ରତିବାଦ କରିଥିଲେ। ରାସ୍ତାରେ ଶୋଇ ପ୍ରତିବାଦ କରିବା ସହ ବିଚାରପତିଙ୍କ ଗାଡ଼ିକୁ ମଧ୍ୟ ଅଟକାଇଥିଲେ। ଫଳରେ ବିଚାରପତି ଦୀର୍ଘ ବହୁ ସମୟ ଧରି ଅଟକି ରହିଥିଲେ। ତେବେ ଓକିଲଙ୍କ ଅନୁରୋଧ ଓ ନାଗରିକ କମିଟିର ଅନୁରୋଧ ପରେ  ବିଚାରପତି ତାଙ୍କ ବାସଭବନକୁ ଫେରିଯାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.