ମହିଳା ମଡେଲଙ୍କ କେଶ କାଟିବା ସେଲୁନ୍‌କୁ ପଡିଲା ମହଙ୍ଗା: ଏବେ ୨ କୋଟି ଟଙ୍କାର କ୍ଷତିପୂରଣ…

Published By : Prameya-News7 Bureau | September 24, 2021 IST

ନୂଆଦିଲ୍ଲୀ ୨୪/୦୯ : ମହିଳାମାନେ ସାଧାରଣତଃ ସେମାନଙ୍କ କେଶକୁ ନେଇ ଖୁବ୍ ସମ୍ବେଦନଶୀଳ ରୁହନ୍ତି। କେଶର ଯତ୍ନ ନେବା ପାଇଁ ସେମାନେ ଖୁବ୍ ଅର୍ଥ ମଧ୍ୟ ଖର୍ଚ୍ଚ କରିଥାନ୍ତି। କେଶ ଷ୍ଟାଇଲ କରିବା ପାଇଁ ବିଭିନ୍ନ ପ୍ରକାରର ସେଲୁନ୍‌କୁ ଯାଇଥାନ୍ତି । କିନ୍ତୁ ଯଦି କୌଣସି ସେଲୁନ ଭୁଲ କରି ତେବେ ସେଲୁନକୁ ତାର ପରିଣତି ଭୋଗିବାକୁ ପଡିଥାଏ। ହେଲେ ଏମିତି ଏକ ଘଟଣା ଦିଲ୍ଲୀରେ ଦେଖିବାକୁ ମିଳିଛି।

ଯାହା ରାଷ୍ଟ୍ରୀୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗ ପକ୍ଷରୁ ଗୋଟେ ସେଲୁନର ମହିଳାଙ୍କୁ ୨ କୋଟି ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦିଆ ଯାଇଛି । ଏହି ସେଲୁନ୍ ମହିଳା ମଡେଲଙ୍କ ହେୟାର ଷ୍ଟାଇଲ୍ ଖରାପ କରିବା ସହ ହେୟାର ଟ୍ରିଟମେଣ୍ଟ ମଧ୍ୟ ଭୁଲ୍ ଉପାୟରେ କରିଥିଲା। ମହିଳା ଜଣକ ତାଙ୍କ ଲମ୍ବା ଚୁଟିରୁ ୪ ଇଞ୍ଚ କାଟିବା ବଦଳରେ ସବୁ କାଟି ଦେଇଥିଲେ । ଫଳରେ ମହିଳାଙ୍କ ଜଣେ ଟପ୍‌ ମଡେଲ ହେବାର ସ୍ଵପ୍ନ ଭାଙ୍ଗିଯାଇଛି ବୋଲି ସେ ଅଭିଯୋଗ କରିଥିଲେ। ଏହାକୁ ନେଇ ଏନସିଡିଆରସିର ଅଧ୍ୟକ୍ଷ ଆରକେ ଅଗ୍ରୱାଲ୍ ଏବଂ ଏସଏମ କାନ୍ତିକରଙ୍କ ପୀଠ ଫାଇଭ୍ ଷ୍ଟାର ହୋଟେଲର ସେଲୁନକୁ କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ସୂଚନା ଅନୁଯାୟୀ, ଏହି ମହିଳା ମଡେଲ ଜଣଙ୍କ ହେଉଛନ୍ତି ଆଶନା ରାୟ। ତାଙ୍କର ଲମ୍ବା କେଶ କାରଣରୁ ସେ ବହୁ ବଡ଼ ବଡ଼ ବ୍ରାଣ୍ଡ ପାଇଁ ମଡେଲିଂ କରନ୍ତି। ସେ ୨୦୧୮ରେ ଦିଲ୍ଲୀର ଏକ ହୋଟଲର ସ୍ଥିତ ସେଲୁନକୁ ଯାଇଥିଲେ। ସେଠାରେ ସେଲୁନରେ ଥିବା କର୍ମଚାରୀ ତାଙ୍କ କେଶ ଭୁଲ ଢଙ୍ଗରେ କାଟିବା ଏବଂ ଟ୍ରିଟମେଣ୍ଟରେ ଖରାପ କରିବା ଯୋଗୁ ସେ ତାଙ୍କ କାମକୁ ହରାଇଛନ୍ତି। ଏଥିପାଇଁ କ୍ଷତି ତାଙକୁ ସହିବାକୁ ପଡିଛି। ଏପରିକି ସେଲୁନ୍‌ରେ କିଛି କର୍ମଚାରୀଙ୍କ ଅବହେଳା କାରଣରୁ ତାଙ୍କ ମୁଣ୍ଡ ମଧ୍ୟ ଟିକେ ଜଳିଯାଇଛି। ଏବଂ ତାଙ୍କୁ ମଧ୍ୟ ଆଲର୍ଜି ହୋଇଛି। ତେବେ ହୋଟେଲ ନିଜର ଭୁଲ୍ ସ୍ଵୀକାର କରିଥିଲା ଏବଂ ମହିଳାଙ୍କର ଭୋଗିଥିବା ଅସୁବିଧାର ମାଗଣାରେ NCDRC ୨ କୋଟି ଦେବ ବୋଲି ନିର୍ଦ୍ଦେଶ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.