ଦିଲ୍ଲୀ-ଏନସିଆର୍‌ରେ ଶୀତ ଲହର; ତାପମାତ୍ରା ସର୍ବନିମ୍ନ ସ୍ତରକୁ ହ୍ରାସ ପାଇବା ସମ୍ଭାବନା, ୩ଡିଗ୍ରୀ ପହଞ୍ଚିବ କହିଲା ଆଇଏମଡି

Published By : Prameya-News7 Bureau | January 14, 2023 IST

ଦିଲ୍ଲୀ: ରାଜଧାନୀ ଦିଲ୍ଲୀକୁ ପୁଣି ଫେରିଲା ଜାଡ଼ । ପ୍ରବଳ ଥଣ୍ଡାରେ ଥରୁଛି ଦିଲ୍ଲୀ-ଏନସିଆର୍ ସମେତ ଉତ୍ତର ଭାରତ । ତାପମାତ୍ରା ସର୍ବନିମ୍ନ ସ୍ତରକୁ ଖସିଯିବା ସମ୍ଭାବନା ରହିଛି। ଶନିବାର ସର୍ବନିମ୍ନ ତାପମାତ୍ରା ୧୦.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ପାରଦ ଆହୁରି ତଳକୁ ଖସି ୩ଡିଗ୍ରୀରେ ପହଞ୍ଚିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ଦିଲ୍ଲୀରେ ଶନିବାର ସୂର୍ଯ୍ୟାଲୋକ ଦେଖିବାକୁ ପାଇଥିଲେ ଲୋକ । ସାମାନ୍ୟ ଖରା ପାଇଁ ସର୍ବନିମ୍ନ ତାପମାତ୍ରା ୧୦.୨ ଡିଗ୍ରୀ ସିଲେସିୟସ୍ ରେକର୍ଡ କରାଯାଇଥିଲା । ଯାହା ଜାନୁଆରୀ ମାସରେ  ସବୁଠାରୁ ଅଧିକ । ସେହିପରି ସର୍ବାଧିକ ତାପମାତ୍ରା ୧୮.୪ ରେକର୍ଡ କରାଯାଇଛି। ପାଣିପାଗ ବିଶେଷଜ୍ଞଙ୍କ ମତ ଅନୁଯାୟୀ, ମଙ୍ଗଳବାର ଠାରୁ ପୁଣି ଥରେ ଶୀତ ଲହର ଆରମ୍ଭ ହେବ । ତେବେ ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ପାରଦ ସର୍ବନିମ୍ନ ସ୍ତରକୁ ଖସିବ । ହିମାଳୟରୁ ଆଦ୍ରତାପୂର୍ଣ୍ଣ ପବନ ବହିବା ଯୋଗୁ ତାପମାତ୍ରା ୩ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚି ବୋଲି ମତ ରଖିଛନ୍ତି ବିଶେଷଜ୍ଞ । ମଙ୍ଗଳବାର ସର୍ବନିମ୍ନ ତାପମାତ୍ରା ୪ଡିଗ୍ରୀ ରହିବା ନେଇ ଅନୁମାନ କରାଯାଉଛି । ୧୭ ଜାନୁଆରୀ ଠାରୁ ଘନ କୁହୁଡି ପଡ଼ିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.