ନୂଆଦିଲ୍ଲୀ, ୨୦/୧୧: ରାଜଧାନୀ ନୂଆଦିଲ୍ଲୀରେ ଖୁବ୍ଶୀଘ୍ର ଲାଗିପାରେ ଅଡ୍-ଇଭେନ୍ ଫର୍ମୁଲା । ବାୟୁ ପ୍ରଦୂଷଣର ଚିନ୍ତାଜନକ ସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାରଙ୍କ ପରିବହନ ବିଭାଗ ପ୍ରତ୍ୟେକ ଗାଡ଼ିରେ ବ୍ୟବହୃତ ଇନ୍ଧନ ସମ୍ୱନ୍ଧରେ କଲର୍ ଷ୍ଟିକର ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ପରିବହନ ବିଭାଗ ଦ୍ୱାରା ଶୁକ୍ରବାର ଜାରି କରାଯାଇଥିବା ନୋଟିସ୍ରେ କୁହାଯାଇଛି ଯେ, ସୁପ୍ରିମ୍ କୋର୍ଟଙ୍କ ଆଦେଶ ଏବଂ କେନ୍ଦ୍ରୀୟ ମୋଚରଯାନ ବାହନ ନିୟମ, ୧୯୮୯ ଅନୁସାରେ ଦିଲ୍ଲୀରେ ରେଜିଷ୍ଟର ହୋଇଥିବା ସମସ୍ତ ଗାଡ଼ି ଉପରେ କ୍ରୋମିୟମ ଆଧାରିତ ହଲୋଗ୍ରାମ ଷ୍ଟିକର ଲଗାଇବା ଅନିବାର୍ଯ୍ୟ । ବିଭାଗ ଏନେଇ କହିଛି ଯେ, ପୁରୁଣା ବାହନର ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଉଛି କି ନିଜ ନିଜ ବାହନର ୱିଣ୍ଡ୍ସ୍ଲିଣ୍ଡ୍ ଉପରେ ଇନ୍ଧନର ଶ୍ରଣୀ ହିସାବରେ ଷ୍ଟିକର ଲଗାଇବେ । ଏଥିପାଇଁ ହଲୋଗ୍ରାମ ବିକ୍ରେତାଙ୍କୁ ସଂପର୍କ କରିବାକୁ କୁହାଯାଇଛି । ରାସ୍ତାରେ ନିରୀକ୍ଷଣ ସମୟରେ ଗାଡ଼ିଟି କେଉଁ ଇନ୍ଧନରେ ଚାଲୁଛି ସେନେଇ ଟ୍ରାଫିକ୍ ପୋଲିସ୍ ସହଜରେ ଅବଗତ ହୋଇପାରିବେ ।
କହିରଖୁଛୁ ଯେ, ଏପ୍ରିଲ୍ ୨୦୧୯ ପୂର୍ବରୁ ରେଜିଷ୍ଟର୍ ହୋଇଥିବା ବାହନ ଏହି ଷ୍ଟିକର ସହିତ ଆସୁନଥିଲା । ପେଟ୍ରୋଲ ବା ସିଏନ୍ଜି ପାଇଁ ନୀଳ ଏବଂ ଡିଜେଲ୍ ବାହନ ପାଇଁ ନାରଙ୍ଗୀ ଷ୍ଟିକର ନିର୍ଦ୍ଧାରିତ କରାଯାଇଛି । ଯଦି କୌଣସି ଚାଳକ ଏହି ନିୟମ ଖିଲାପ କରୁଛନ୍ତି ତେବେ ତାଙ୍କୁ ୫,୫୦୦ ଟଙ୍କାରୁ ଆରମ୍ଭ କରି ୧୦, ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ ବୋଲି ପରିବହନ ବିଭାଗ ନିର୍ଦ୍ଦେଶ ଦେଇଛି ।