ନୂଆଦିଲ୍ଲୀ ୧୫।୭: ଯମୁନା ନଦୀରେ ଜଳସ୍ତର ହ୍ରାସ ପାଇଛି। ଫଳରେ ରାଜଧାନୀ ଦିଲ୍ଲୀର ଅନେକ ଅଞ୍ଚଳରୁ ବନ୍ୟା ଜଳ ଛାଡିଥିବା ବେଳେ ଯାତାୟାତଲାଗି ସଡ଼କ ସ୍ୱଭାବିକ ହୋଇଛି। ଜଳସ୍ତର ହ୍ରାସ ପରେ ଶାସନ ଓ ପ୍ରଶାସନ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ଏହିକ୍ରମରେ ଦିଲ୍ଲୀ ଟ୍ରାଫିକ ପୋଲିସ ନାଗରିକଙ୍କ ଲାଗି ଆଡଭାଇଜରି ଜାରି କରିଛନ୍ତି। ଯେଉଁଥିରେ ଯାତାୟାତ ଲାଗି ବନ୍ଦ କରାଯାଇଥିବା ସଡ଼କ ପୁଣି ଥରେ ଖୋଲିଥିବା ସୂଚିତ କରାଯାଇଛି।
{"id":817521,"width":841,"height":474,"sizeSlug":"full","linkDestination":"none"}
ଦିଲ୍ଲୀର ଏହି ମୁଖ୍ୟ ମାର୍ଗମାନଙ୍କରେ ଯାନବାହନ ଚଳାଚଳ ଆରମ୍ଭ ହେଲେ ଲୋକଙ୍କୁ ଆଶ୍ୱସ୍ତି ମିଳିବ। କାରଣ ଲୋକଙ୍କୁ ଏପର୍ଯ୍ୟନ୍ତ ସେମାନଙ୍କ ଗନ୍ତବ୍ୟ ପର୍ଯ୍ୟନ୍ତ ପହଞ୍ଚିବା ଲାଗି ବିକଳ୍ପ ମାର୍ଗ ବ୍ୟବହାର କରିବାକୁ ପଡୁଥିଲା। ଫଳରେ ଟ୍ରାଫିକ ସମସ୍ୟା ଉପୁଜୁଥିଲା। ଏଥିରେ ଦିଲ୍ଲୀ ପୋଲିସ ଜାରି କରିଥିବା ଆଡଭାଇଜରୀରେ ଶାନ୍ତିବନରୁ ଗିତା କଲୋନା ପର୍ଯ୍ୟନ୍ତ ମୁଖ୍ୟ ମାର୍ଗରେ ଯିବାଆସିବା ଲାଗି ଅଟୋରିକ୍ସା, କାର ଓ ଛୋଟ ବାହାନଙ୍କୁ ଅନୁମତି ଦିଆଯାଇଛି। ତେବେ ଶାନ୍ତିବନରୁ ରାଜଘାଟନ ଓ ଆଇଏସବିଟି ଯିବାକୁ ଥିବା ରାସ୍ତାରେ ଯାନବାହନ ଚଳାଚଳ ଏବେବି ନିଷିଦ୍ଧ ରହିଛି।
wp:html/wp:htmlयातायात निर्देशिका
— Delhi Traffic Police (@dtptraffic) July 15, 2023
यमुना के जल स्तर घटने के फलस्वरूप कुछ सड़कों को यातायात की आवाजाही के लिए खोला गया है और कुछ सड़कों पर यातायात विनियम प्रभावी हैं। कृपया किसी भी असुविधा से बचने के लिए निर्देशिका का पालन करें। #DPTrafficAdvisory pic.twitter.com/vwMNX587sT
ଏହା ଛଡା ଚନ୍ଦଗୀରାମ ଆଖଡାରୁ ଆଇପି କଲେଜ ଯାଉଥିବା ମହାତ୍ମାଗାନ୍ଧି ମାର୍ଗରେ ଯାନବାହନ ଯାତାୟାତ ଆରମ୍ଭ କରିଦିଆଯାଇଛି। ଏହା ସହିତ ମହାତ୍ମାଗାନ୍ଧି ମାର୍ଗରୁ ୱଜିରାବାଦ ଫ୍ଲାଇଓଭର ପଟକୁ ଯିବାକୁ ଥିବା ରାସ୍ତାରେ ଯାନବାହନ ଓ ଯାତ୍ରୀବାହୀ ବାହନ ମଧ୍ୟ ଚଳାଚଳ କରିପାରିବେ ବୋଲି କୁହାଯାଇଛି। ଆଗାମୀ ଦିନମାନଙ୍କରେ ଦିଲ୍ଲୀ ସଡ଼କରୁ ଜଳସ୍ତର ହ୍ରାସ ସହ ଅନ୍ୟ ରାସ୍ତାଗୁଡିକ ମଧ୍ୟ ଖୋଲିଯିବ ବୋଲି କୁହାଯାଇଛି।
{"id":817519,"sizeSlug":"full","linkDestination":"none"}
ଯମୁନାର ଜଳସ୍ତର ବୃଦ୍ଧି ସହ ରାଜଧାନୀର ସଡ଼କ ଓ ମେଟ୍ରୋ ଉପରେ ବି ପ୍ରଭାବ ପଡିଥିଲା। ଏଣୁ ଦିଲ୍ଲୀ ମେଟ୍ରୋ ଟ୍ରେନ ପକ୍ଷରୁ ମଧ୍ୟ ଆଡଭାଇଜରୀ ଜାରି ହୋଇଛି। ଏଥିରେ ଦିଲ୍ଲୀ ମେଟ୍ରୋ ଏବେ ଯମୁନା ପୋଲରେ ସ୍ୱଭାବିକ ଗତିରେ ଯିବ ବୋଲି କୁହାଯାଇଛି। ନଦୀରେ ଜଳସ୍ତର ବଢିବା ଯୋଗୁ ମେଟ୍ରୋ ଟ୍ରେନର ବେଗ ହ୍ରାସ କରାଯାଇଥିଲା। ଏଣୁ ଟ୍ରେନ ପୋଲ ଉପରେ ଉଠିବା ପରେ ମନ୍ଥର ଗତିରେ ଯାତାୟାତ କରୁଥିଲା। ହେଲେ ଏବେ ନଦୀର ଜଳସ୍ତର ସ୍ୱଭାବିକ ହେଉଥିବାରୁ ମେଟ୍ରୋଟ୍ରେନ ଚଳାଚଳରେ କୌଣସି ଅସୁବିଧା ନଥିବା କୁହାଯାଇଛି।
ଏସିଆର ସବୁଠୁ ବଡ଼ ବସ୍ତି ‘ଧାରାଭି’କୁ ନୂଆ ରୂପ ଦେବ ଆଦାନୀ ଗ୍ରୁପ, ମହାରାଷ୍ଟ୍ର ସରକାର ଦେଲେ ମଞ୍ଜୁରୀ