ତିସ୍ ହଜାରୀ କୋର୍ଟ ବାହାରେ ହଙ୍ଗାମା; ଗର୍ଜିଲା ବନ୍ଧୁକ, ଫୁଟିଲା ଗୁଳି

Published By : Prameya-News7 Bureau | July 05, 2023 IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ତିସ୍ ହଜାରୀ କୋର୍ଟ ବାହାରେ ହଙ୍ଗାମା । ଅଦାଲତ ବାହାରେ ଗର୍ଜିଲା ବନ୍ଧୁକ । ବୁଧବାର ଦୁଇ ଆଇନଜୀବୀ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ବିବାଦରେ ମାରପିଟ୍ ଓ ସଂଘର୍ଷ ହୋଇଥିଲା । ଗୋଟିଏ ପକ୍ଷରର ଜଣେ ଆଇନଜୀବୀ ବନ୍ଧୁକ ବାହାର କରି ଫାୟାରିଂ କରିଥିଲେ । ହେଲେ ଏଥିରେ କାହା ଉପରେ ଗୁଳି ବାଜିନଥିବା ସୂଚନା ମିଳିଛି । ପୋଲିସ ସୂଚନା ଅନୁଯାୟୀ, କୌଣସି କାରଣ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ଗୁଳି ମଧ୍ୟ ଫୁଟିଛି । ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ।  

ଆଇନଜୀବୀଙ୍କ ଏହି ଗୋଷ୍ଠୀ ସଂଘର୍ଷରେ ୯ ରାଉଣ୍ଡ ଫୁଟିଛି । ଘଟଣାରେ ୩୦ ସେକେଣ୍ଡର ଭିଡିଓ ସାମ୍ନାକୁ ଆସିଛି  । ଜଣେ ଓକିଲ ପିସ୍ତଲ ବାହାର କରି ଗୁଳି ଫୁଟାଇଛନ୍ତି । ଗୁଳି ଫୁଟିବା ପରେ କିଛି ଓକିଲ ଧାଁଦୌଡ଼ କରି ପଳାଇଥିଲେ ।  ସେହିପରି ଅନ୍ୟ ଜଣେ  ଲାତ ମଧ୍ୟ ପ୍ରୟାସ କରୁଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଭିଡିକୁ ନିୟନ୍ତ୍ରଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.