Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୫ଜି ନେଟୱର୍କକୁ ଅଟକାଇବାରେ ବିଫଳ ଜାମର, ଚିନ୍ତାରେ ତିହାର ଜେଲ ପ୍ରଶାସନ

19/12/2022 at 10:24 PM

ନୂଆଦିଲ୍ଲୀ: ୫ଜି ଆସିବା ପରେ ଇଣ୍ଟରନେଟର ସ୍ପିଡ୍ ବଢିଛି ସତ କିନ୍ତୁ ଏଥିପାଇଁ ଅନେକ ନୂଆ ଚ୍ୟାଲେଞ୍ଜ ମଧ୍ୟ ସାମନାକୁ ଆସିବାରେ ଲାଗିଛି । ଦିଲ୍ଲୀରେ ୫ଜି ଲଞ୍ଚ ହେବା ସହ ତିହାର ଜେଲ ପ୍ରଶାସନର ଚିନ୍ତା ବଢିଯାଇଛି । ତିହାର ଜେଲ ଭିତରେ ଜାମର ଲାଗିଛି, କିନ୍ତୁ ଏହା ୫ଜି ନେଟୱର୍କରୁ ଜେଲ ଭିରତକୁ ଆସିବାରେ ଅଟକାଇବାରେ ବିଫଳ । ୩ଜି ଏବଂ ୪ଜି ନେଟୱର୍କକୁ ରୋକିବାରେ ଜାମର ସଫଳ ଥିବା ବେଳେ ୫ଜିକୁ ରୋକିପାରୁ ନାହିଁ । ଯାହା ଜେଲ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି । ଏବେ ଏହାର ମୁକାବିଲା କରିବା ପାଇଁ ଜେଲ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି ।

ମାମଲାର ଗୁରୁତ୍ୱକୁ ଦେଖି ତିହାର ଜେଲ ପ୍ରଶାସନ ଦିଲ୍ଲୀ ସରକାରଙ୍କୁ ଏ ବାବଦରେ ଅବଗତ କରାଇଛି । ମିଳିଥିବା ସୂଚନା ଅନୁସାରେ ଏବେ ଜାମରକୁ ଅପଗ୍ରେଡ କରାଯିବ । କାମ ସମ୍ପୂର୍ଣ୍ଣ ହେବା ପାଇଁ କିଛି ଦିନର ସମୟ ଲାଗିପାରେ।

ଯଦି ନେଟୱର୍କକୁ ରୋକା ନଯାଏ ତେବେ ଜେଲର ଚାରି କାନ୍ଥ ଭିତରେ ରହି ମଧ୍ୟ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଏହାର ଲାଭ ଉଠାଇପାରିବେ । ଜେଲ ପ୍ରଶାସନ ସମୟ ସମୟରେ ଜାମର ଯାଞ୍ଚ କରନ୍ତି । ବର୍ତ୍ତମାନ ଜାମର କ୍ଷମତା ଥିବାରୁ ଏହାକୁ ଅପଡେଟ୍ କରାଯିବ ।

   Related Posts