ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଅଘଟଣ । ନାରାୟଣ ଇଣ୍ଡୁ୍ଷ୍ଟ୍ରିଆଲ୍ ଏରିଆରେ ଲିଫ୍ଟ ଖସିବାରୁ ୩ଜଣଙ୍କ ମୃତ୍ୟୁ ହୋଇଛି । ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତକୁ ନିକସ୍ଥ ହସପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ପୋଲିସ ଘଟଣାରେ ଯାଞ୍ଚ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ସୋମବାର ଦିଲ୍ଲୀର ନାରାୟଣ ଇଣ୍ଡୁ୍ଷ୍ଟ୍ରିଆଲ୍ ଅଞ୍ଚଳରେ ଏକ ଫ୍ୟାକ୍ଟ୍ରିରେ କର୍ମଚାରୀ ମାନେ କାମ କରୁଥିବା ବେଳେ ହଠାତ୍ ଲିଫ୍ଟ ଛିଡ଼ି ପଡ଼ିଥିଲା । ଲିଫ୍ଟ ଖସିବା ଯୋଗୁ ୩ଜଣ ପ୍ରାଣ ହରାଇଛନ୍ତି । ସେହିପରି ଏହି ଅଘଟଣରେ ଜଣେ ବ୍ୟକ୍ତି ଗମ୍ଭୀର ଭାବେ ଆହତ ହୋଇଛି । ଗୁରୁତରଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ସମସ୍ତ ମୃତକଙ୍କ ପରିଚୟ ମିଳି ସାରିଥିବା ବେଳେ ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଆବଶ୍ୟକ ପଡ଼ିଲେ ଘଟଣାରେ ଫ୍ୟାକ୍ଟ୍ରି ମାଲିକଙ୍କୁ ଜେରା କରାଯିବ ବୋଲି ପୋଲିସ କହିଛି ।
ଏହା ପୂର୍ବରୁ ମୁମ୍ବାଇରେ ମଧ୍ୟ ଲିଫ୍ଟ ଦୁର୍ଘଟଣା ହୋଇଥିଲା । ଏକ ୨୫ ମହଲା କୋଠରୁ ଲିଫ୍ଟ ଛିଡ଼ି ପଡ଼ିଥିଲା । ଏହି ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା ।