scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଲୋକସଭାରେ ଧ୍ୱନିମତରେ ପାରିତ ହେଲା ଦିଲ୍ଲୀ ସର୍ଭିସ୍ ବିଲ୍, ମିଳିତ ବିରୋଧୀ ମେଣ୍ଟ କଲେ କକ୍ଷତ୍ୟାଗ

3/08/2023 at 8:41 PM

ନୂଆଦିଲ୍ଲୀ: ଲୋକସଭାରେ ଗୁରୁବାର ଦିଲ୍ଲୀ ସର୍ଭିସ୍ ବିଲ୍ ପାରିତ ହୋଇଛି । ଏହି ବିଧେୟକ ଉପରେ ଚର୍ଚ୍ଚା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଜବାବ ଦେଇ ମିଳିତ ବିରୋଧୀ ମେଣ୍ଟ ଉପରେ ଜୋରଦାର ହମଲା କରିଥିଲେ । ସେ କହିଥିଲେ ଯେ ବିରୋଧୀଙ୍କ ପ୍ରାଥମିକତା ନିଜ ମେଣ୍ଟକୁ ବଞ୍ଚାଇବାରେ ରହିଛି ।

ଲୋକସଭାରେ ଦିଲ୍ଲୀ ସେବା ବିଲ୍ ଧ୍ୱନିମତରେ ପାରିତ ହୋଇଛି । ତେବେ ମିଳିତ ବିରୋଧୀ ମେଣ୍ଟର ସାଂସଦମାନେ ବିଲ୍ ପାସ୍ ହେବା ପରେ ବିରୋଧ ପ୍ରଦର୍ଶନ ସ୍ୱରୂପ କକ୍ଷତ୍ୟାଗ କରିଥିଲେ । ଏହି ବିଲକୁ ମଙ୍ଗଳବାର ଗୃହମନ୍ତ୍ରୀ ଅମିତ୍ ଶାହ ସଂସଦରେ ଆଗତ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ସେବା ବିଧେୟକ ବର୍ତ୍ତମାନ ଥିବା ଅଧ୍ୟାଦେଶର ସ୍ଥାନ ନେବ । ଏହା ଦିଲ୍ଲୀ ସରକାରଙ୍କୁ ଅଧିକାଂଶ ସେବା ଉପରେ ନିୟନ୍ତ୍ରଣ ଦେଉଥିବା ସୁପ୍ରିମକୋର୍ଟଙ୍କ ଆଦେଶକୁ ରଦ୍ଦ କରିବ ।

ପଢନ୍ତୁ: ଦିଲ୍ଲୀ ସେବା ବିଲ୍‌ ପ୍ରସଙ୍ଗ: ସଂସଦରେ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଅମିତ ଶାହଙ୍କ ଟାର୍ଗେଟ୍‌

ଗୃହମନ୍ତ୍ରୀ ଅମିତ୍ ଶାହ କହିଛନ୍ତି ବିରୋଧୀ ଦଳଗୁଡିକ ସଂସଦରେ ପାରିତ କୌଣସି ବିଧେୟକ ଉପରେ ବିତର୍କରେ ଭାଗ ନେଇନାହାନ୍ତି । ମଣିପୁର ସ୍ଥିତି ଉପରେ ବିତର୍କକୁ ନିଜ ଦାବିକୁ ନେଇ ବିରୋଧ କଲେ । ଏହାସହ ବିରୋଧୀଙ୍କ ଚୌକି ଆଡକୁ ଇଙ୍ଗିତ କରି ପ୍ରଶ୍ନ କଲେ ଯେ ଏପରି କଣ ପରିବର୍ତ୍ତନ ଆସିଲା ଯେ ସେମାନେ ଦିଲ୍ଲୀ ସହ ଜଡ଼ିତ ବିଧେୟକ ବେଳେ ଭାଗ ନେଲେ ।

ବିଲ୍ ପାସ ହେବା ପରେ ଅମିତ୍ ଶାହ ଟ୍ୱିଟ୍ କରିଛନ୍ତି, ‘ଆଜି ଭାରତ ବିରୋଧୀଙ୍କ ଦୋମୁହାଁ ଚେହେରାକୁ ଦେଖୁଛି । ସେମାନଙ୍କ ପାଇଁ ଜନକଲ୍ୟାଣ ବିଲ୍ ଗୁରୁତ୍ୱପୂର୍ଣ୍ଣ ନାହିଁ । ଗୋଟିଏ ଛୋଟିଆ ଦଳ ତାଙ୍କ ମେଣ୍ଟ ନଛାଡୁ ଏହା ସୁନିଶ୍ଚିତ କରିବା ପାଇଁ ସେମାନେ ଏକଜୁଟ୍ ହୋଇଛନ୍ତି’ ।

Also Read: ବିରୋଧୀ ମେଣ୍ଟର ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିବ ବିଜେଡି, ଦିଲ୍ଲୀ ସର୍ଭିସ ବିଲରେ କେନ୍ଦ୍ରକୁ କରିବ ସମର୍ଥନ

   Related Posts