୩୦ ନାବାଳିକାଙ୍କୁ ଦୁଷ୍କର୍ମ ପରେ କରିଥିଲା ହତ୍ୟା, ମିଳିଲା ଆଜୀବନ କାରାଦଣ୍ଡ
25/05/2023 at 4:08 PM

ନୂଆଦିଲ୍ଲୀ, ୨୫/୦୫: ୬ ବର୍ଷର ନାବାଳିକାକୁ ଅପହରଣ, ପରେ ନୃସଂଶଭାବେ କରୁଥିଲା ହତ୍ୟା। ବଡ଼ କଥା ହେଉଛି ଜଣେ କି ଦୁଇ ଜଣ ନୁହେଁ ପ୍ରାୟ ୩୦ ନାବାଳିକାଙ୍କୁ କରିଥିଲା ଏହିପରି ଶିକାର। ଆଉ ଏଭଳି ନର ରାକ୍ଷସକୁ ଆଜୀବନ କରାଦଣ୍ଡ ଶୁଣାଇଛନ୍ତି ଦିଲ୍ଲୀର ରୋହିଣୀ କୋର୍ଟ। ଅଭିଯୁକ୍ତର ନାଁ ରବୀନ୍ଦ୍ର କୁମାର। କୁହାଯାଉଛି ୨୦୦୮ରୁ ୨୦୧୫ ମଧ୍ୟରେ ସେ ୩୦ ନୀରିହ ନାବାଳିକାଙ୍କୁ ଶିକାର କରିଥିଲା। ପ୍ରଥମେ ରବୀନ୍ଦ୍ର ନାବାଳିକାଙ୍କୁ ଅପହରଣ କରୁଥିଲା ପରେ ଦୁଷ୍କର୍ମ କରିବା ସହ ଅତି ନୃଶଂସ ଭାବରେ ହତ୍ୟା କରୁଥିଲା। ତେବେ କେବଳ ତିନି କେସରେ ହିଁ ଟ୍ରାଏଲ ହୋଇପାରିଛି।
ସୂଚନା ଅନୁଯାୟୀ, ରବୀନ୍ଦ୍ର ଉତ୍ତର ପ୍ରଦେଶ କାସଗଞ୍ଜରୁ ଦିଲ୍ଲୀକୁ ନିଜ ମାଆ ସହ ଆସିଥିଲା । ଦିଲ୍ଲୀରେ ସେ ଶ୍ରମିକ ଭାବରେ କାମ କରୁଥିଲା। ତା’ର ମାଆ ଜଣେ ଘରୋଇ ସହାୟିକା ଭାବରେ ଓ ବାପା ଜଣେ ପାଇପ୍ ମିସ୍ତ୍ରୀ ଭାବରେ କାମ କରୁଥିଲେ। ଦିଲ୍ଲୀ ଆସିବାର କିଛି ଦିନରେ ହିଁ ରବୀନ୍ଦ୍ର ଡ୍ରଗ୍ସ ନିଶା କରିବା ଆରମ୍ଭ କରିଦେଇଥିଲା ଆଉ ପର୍ଣ୍ଣ ମଧ୍ୟ ଦେଖିବାକୁ ଲାଗିଥିଲା। ସେତେବେଳେ ସେ ମାତ୍ର ୧୮ ବର୍ଷ ବୟସର ଥିଲା। ଏହି ବୟସରୁ ପର୍ଣ୍ଣ ଆଉ ଡ୍ରଗ୍ସର ଅଭ୍ୟସ୍ତ ହେବାପରେ ନାବାଳିକାଙ୍କୁ ଶିକାର କରିବାକୁ ଲାଗିଥିଲା। ଏମିତି ଭାବରେ ଗୋଟିଏ ପରେ ଗୋଟିଏ ୩୦ ପିଲାଙ୍କୁ ଅପହରଣ କରି ସେ ପ୍ରଥମେ ତାଙ୍କୁ ଦୁଷ୍କର୍ମ କରୁଥିଲା ଆଉ ପରେ ହତ୍ୟା କରୁଥିଲା।
ରବୀନ୍ଦ୍ର ଦିନରେ ଶ୍ରମିକ ଭାବରେ କାମ କରୁଥିଲା ଆଉ ରାତିରେ ନିଶା ପରେ ପର୍ଣ୍ଣ ଦେଖି ଛୋଟ ପିଲାଙ୍କ ଖୋଜ୍ରେ ବାହାରିପଡ଼ୁଥିଲା। ଏମିତିକି ସେ ପ୍ରାୟ ୪୦ କିମି ଚାଲି ଚାଲି ଯାଇ ପିଲାଙ୍କୁ ଶିକାର କରୁଥିଲା। ପୋଲିସ୍ ୨୦୧୪ରେ ତାକୁ ୬ବର୍ଷର ନାବାଳିକାକୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଗିରଫ କରିଥିଲା। ନାବାଳିକାଙ୍କ ହତ୍ୟା କରିବା ପରେ ସେ ପାଇଖାନା ଟାଙ୍କିରେ ଫିଙ୍ଗିଦେଇଥିଲା। ପୋଲିସ୍ ରବୀନ୍ଦ୍ରକୁ ରୋହିଣୀ ସୁଖବୀର ନଗର ବସ୍ ଷ୍ଟପ୍ରୁ ଗିରଫ କରିଥିଲା। ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ୍ ରବୀନ୍ଦ୍ର ପାଖରେ ପହଞ୍ଚିଥିଲା। ଧରାପଡ଼ିବା ପରେ ରବୀନ୍ଦ୍ର ନିଜ ଦୋଷ କହିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।