ରୋହିଣୀ କୋର୍ଟ ବିସ୍ଫୋରଣ ମାମଲା: ପତ୍ନୀଙ୍କ ରୋଗ ଓ ପଡୋଶୀ ସହ ବାରମ୍ବାର ବିବାଦ ବୈଜ୍ଞାନିକଙ୍କୁ କରିଦେଲା ଅପରାଧୀ

Published By : Prameya-News7 Bureau | December 19, 2021 IST

ନୂଆଦିଲ୍ଲୀ ୧୯/୧୨ : ଦିଲ୍ଲୀ ପୋଲିସ ରୋହିଣୀ କୋର୍ଟରେ ବୋମା ବିସ୍ଫୋରଣ ଅଭିଯୋଗରେ ବୈଜ୍ଞାନିକ ଭୂଷଣ କଟାରିୟାଙ୍କୁ ଗିରଫ କରିଛି। ୪୭ ବର୍ଷୀୟ ଭୂଷଣଙ୍କ ବିରୋଧରେ ଅଭିଯୋଗ ହୋଇଛି ଯେ ସେ ନିଜ ପଡୋଶୀଙ୍କୁ ହତ୍ୟା କରିବାକୁ କୋର୍ଟ ରୁମ ଭିତରେ ଟିଫିନରେ ବୋମା ରଖିଥିଲେ। ଅଭିଯୁକ୍ତ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭେଲପମେଣ୍ଟ ଅର୍ଗାନାଇଜେସନ (DRDO) ରେ ସିନିୟର ବୈଜ୍ଞାନିକ ଅଛନ୍ତି। ତାଙ୍କ ପଡୋଶୀ ଜଣେ ଓକିଲ। ଚଳିତ ବର୍ଷ ସେପ୍ଟେମ୍ବର ୯ ରେ ଦିଲ୍ଲୀ ରୋହିଣୀ କୋର୍ଟରେ କୋର୍ଟ ରୁମ ନମ୍ବର ୧୦୨ ରେ ବିସ୍ଫୋରଣ ହୋଇଥିଲା। ଏଥିରେ ଜଣେ ଆହତ ହୋଇଥିଲେ।

ଦିଲ୍ଲୀ ପୋଲିସ ଆୟୁକ୍ତ ରାକେଶ ଆସ୍ଥାନ ଦେଇଥିବା ସୂଚନା ଅନୁଯାୟୀ, ଘଟଣା ଦିନ ଅଭିଯୁକ୍ତ ଦୁଇଟି ବ୍ୟାଗ ଧରି ସକାଳ ୯ଟା ୩୩ ମିନିଟରେ ଅଦାଲତରେ ପଶିଥିଲେ ଓ ଗୋଟିଏ ବ୍ୟାଗ ଅଦାଲତ କକ୍ଷରେ ଛାଡିଦେଲେ। ୧୦ଟା ୩୫ ମିନିଟରେ ଅଦାଲତ ପରିସରରୁ ବାହାରିଗଲେ। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଉଭୟ ପକ୍ଷ ପରସ୍ପର ବିରୋଧରେ ଅନେକ ମାମଲା ରୁଜ୍ଜୁ କରିଛନ୍ତି। ଦୁହେଁ ପଡୋଶୀ ଏବଂ ଗୋଟିଏ ଆପାର୍ଟମେଣ୍ଟରେ ରୁହନ୍ତି। କଟାରିୟାଙ୍କ ପଡୋଶୀ ତାଙ୍କ ବିରୋଧରେ ମାରପିଟ ମାମଲା ରୁଜ୍ଜୁ କରିଥିଲେ। ଗତ ଶୁଣାଣି ବେଳେ ଅଦାଲତ ଅନାବଶ୍ୟକ ସ୍ଥଗିତ ମାମଲାକୁ ନେଇ କଟାରିୟାଙ୍କ ଉପରେ ହଜାରେ ଟଙ୍କା ଜରିମାନା ଲଗାଇଥିଲେ।

{"id":561867,"sizeSlug":"full","linkDestination":"none"}

ଇଣ୍ଡିଆନ ଏକ୍ସପ୍ରେସ ଅନୁଯାୟୀ, ଭାରତ ଭୂଷଣ କଟାରିୟା ଓ ତାଙ୍କ ପଡୋଶୀ ଓକିଲ ଅମିତ ବଶିଷ୍ଠଙ୍କ ମଧ୍ୟରେ ୩ ମହଲା ଆପାର୍ଟମେଣ୍ଟରେ ଲିଫ୍ଟ ଲଗାଇବାକୁ ନେଇ ୧୦ ବର୍ଷ ପୂର୍ବରୁ ଆଇନଗତ ଲଢେଇ ଆରମ୍ଭ ହୋଇଥିଲା। ଥାନାରେ ଅଭିଯୋଗ କରିବାରୁ ମାମଲା ଆହୁରି ବଢି ଯାଇଥିଲା। ଓକିଲ ଓ ଅଭିଯୁକ୍ତ ବୈଜ୍ଞାନିକଙ୍କ ମଧ୍ୟରେ ଅଧିକାଂଶ ସମୟରେ କିଛି ନା କିଛି ପ୍ରସଙ୍ଗକୁ ନେଇ ବିବାଦ ହୋଇଥାଏ।

ସୂତ୍ର ଅନୁଯାୟୀ, ଭାରତ ଭୂଷଣ କଟାରିୟା ପୋଲିସକୁ କହିଛନ୍ତି ଯେ ସେ ଏସବୁ ବିବାଦକୁ ନେଇ ବିରକ୍ତ ହୋଇଯାଇଥିଲେ। ୩ ବର୍ଷ ପୂର୍ବରୁ ସେ ନିଜ ଘର ଛାଡି ସେହି ଅଞ୍ଚଳରେ ଏକ ଘର ଭଡା ନେଇ ରହୁଥିଲେ। ଏହି ଘର ପାଇଁ ସେ ୫୦ ହଜାର ଟଙ୍କା ଭଡା ଦେଉଥିଲେ। ଅଦାଲତର ଶୁଣାଣି ବେଳେ କୋର୍ଟରେ ପହଂଚିବାକୁ ତାଙ୍କୁ ଛୁଟି ନ ମିଳିବାରୁ ସେ ଆହୁରି ବିରକ୍ତ ହୋଇଯାଇଥିଲେ।

{"id":561865,"sizeSlug":"full","linkDestination":"none"}

କଟାରିୟା ପୋଲିସକୁ କହିଛନ୍ତି ଯେ ନିଜ ପତ୍ନୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଜାଣିବା ପରେ ସେ ଓକିଲ ବଶିଷ୍ଠ ଠାରୁ ମୁକ୍ତି ପାଇବାକୁ ଚାହୁଁଥିଲେ। ସେ ଏକ ସ୍ଥାନୀୟ ଦୋକାନରୁ ଇ-କମର୍ସ ୱେବସାଇଟରୁ ଓ ଆମୋନିୟମ ନାଇଟ୍ରେଟରୁ ଅନେକ ଉପକରଣ ଅର୍ଡର କଲେ. ଭୂଷଣ ଏଥିପାଇଁ ୫ ହଜାର ଟଙ୍କା ଖର୍ଚ୍ଚ କଲେ ଓ ୟୁଟ୍ୟୁବରୁ ଓ ଅନଲାଇନରୁ ବୋମା ତିଆରି କରିବା ଶିଖିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.