ଦିଲ୍ଲୀରେ ରେକର୍ଡ ହେଲା ଋତୁର ସର୍ବ ନିମ୍ନ ତାପମାତ୍ରା, ହାରାହାରି ଠାରୁ ୫ ଡିଗ୍ରି ସେଲସିୟସ୍‌ କମ୍‌

Published By : Prameya-News7 Bureau | January 07, 2023 IST

ନୂଆଦିଲ୍ଲୀ ୭।୧: ଦିଲ୍ଲୀରେ ଶନିବାର ସର୍ବନିମ୍ନ ତାପମାତ୍ରା ୨.୨ ଡିଗ୍ରି ସେଲସିୟସ୍ ରେକର୍ଡ ହୋଇଛି। ଯାହା ହାରାହାରି ତାପମାତ୍ରାଠାରୁ ୫ ଡିଗ୍ରି ସେଲସିୟସ୍‌ କମ୍ ହୋଇଥିବା ବେଳେ ଚଳିତ ଋତୁର ଏ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ବୋଲି କୁହାଯାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏହି ସୂଚନା ଦେଇଛନ୍ତି। ସେହିପରି ଘନ କୁହୁଡି ଯୋଗୁ ପାଲମରେ ଦୃଶ୍ୟତା (ଭିଜିବିଲିଟି) ୫୦ ମିଟରକୁ ଖସି ଆସିଛି।

{"id":730231,"width":835,"height":626,"sizeSlug":"full","linkDestination":"none"}

ତାପମାତ୍ରା ହ୍ରାସ ସାଙ୍ଗକୁ ବହଳ କୁହୁଡି ସଡକ ଓ ରେଳ ଯାତାୟାତକୁ ପ୍ରଭାବିତ କରିଛି। ଶନିବାର ଇନ୍ଦିରାଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟସ୍ଥ ପାଲାମ ଅବଜରଭେଟରୀରେ ପୂର୍ବାହ୍ନରେ ଭିଜିବିଲିଟି ମାତ୍ର ୨୫ ମିଟର ଥିଲା। ସେହିପରି ଶନିବାର କୁହୁଡି ଯୋଗୁ ୩୬ ଟ୍ରେନ୍ ୧ରୁ ୭ ଘଣ୍ଟା ବିଳମ୍ବରେ ଯାତ୍ରା କରୁଥିବାର ରେଳବାଇ ମୁଖପାତ୍ର କହିଛନ୍ତି। ଆଇଏମଡିଙ୍କ ଅନୁସାରେ ଯେତେବେଳେ ଭିଜିବିଲିଟି ଶୁନ୍ୟ ଓ ୫୦ ମିଟର ମଧ୍ୟରେ ରହିଯାଏ ସେତେବେଳେ କୁହୁଡି ବହଳ ହୋଇଯାଇଥାଏ।

{"id":730232,"width":839,"height":528,"sizeSlug":"full","linkDestination":"none"}

ଦିଲ୍ଲୀ ପ୍ରାଥମିକ ପାଣିପାଗ କେନ୍ଦ୍ର ସଫଦରଜଙ୍ଗ ଶନିବାର ସର୍ବନିମ୍ନ ତାପମାତ୍ରା ୨.୨ ଡିଗ୍ରି ରେକର୍ଡ କରିଛି। ସେହିପରି ଲୋଧି ରୋଡ, ଆୟାନଗର ଓ ରିଜ ପାଣିପାଗ କେନ୍ଦ୍ରରେ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୩.୪ ଓ ୧.୫ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି। ପାଣିପାଗ ବିଭାଗ ଦିନବେଳା ମୁଖ୍ୟତଃ ଆକାଶ ସଫା ରହିବା ଓ ମଧ୍ୟମରୁ ଘନ କୁହୁଡି ପୂର୍ବାନୁମାନ କରିଥିବା ବେଳେ ଥଣ୍ଡାସ୍ଥିତିର ଅନୁମାନ କରିଛନ୍ତି। ଦିନରେ ସର୍ବାଧିକ ତାପମାତ୍ରା ୧୬ ଡିଗ୍ରି ସେଲସିୟସ୍‌ ଆଖପାଖରେ ରହିପାରେ ବୋଲି ପୂର୍ବାନୁମାନ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.