ଦିଲ୍ଲୀରେ ବୋଲ ମାନୁନି କରୋନା; ୨୪ ଘଣ୍ଟାରେ ୧୬୩୪ ପଜିଟିଭ୍ ଚିହ୍ନଟ
16/04/2023 at 10:41 PM

ନୂଆଦିଲ୍ଲୀ: ଦିଲ୍ଲୀରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୧୬୩୪ କରୋନା ରୋଗୀ ଚିହ୍ନଟ ହୋଇଥିବା ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ସକ୍ରିୟ ହାର ୨୯,୬୮ ପ୍ରତିଶତ ହୋଇଛି। ସେହିପରି ଦିନକରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଦିଲ୍ଲୀରେ ୫,୨୯୭ କରୋନା ରୋଗୀ ଚିକିତ୍ସିତ ହେଉଥିବା ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।
ଗତକାଲି ଦିଲ୍ଲୀରେ ୧୩୯୬ କରୋନା ରୋଗୀ ଚିହ୍ନଟ ହୋଇଥିଲେ ପଜିଟିଭ ହାର ୩୧.୯ ପ୍ରତିଶତ ଥିଲା। ଯାହା ଗତ ୧୫ ମାସରେ ଅଧିକ ଥିଲା। ବୁଧବାର ପ୍ରଥମ କରି ଦିଲ୍ଲୀରେ ଦୈନିକ କରୋନା ସଂଖ୍ୟା ୧୦୦୦ ଅତିକ୍ରମ କରି ୧,୧୪୯ ହୋଇଥିଲା। ଦୀର୍ଘ ୭ ମାସ ପରେ ଏତେ ସଂଖ୍ୟକ ରୋଗୀ ଚିହ୍ନଟ ହୋଇଥିଲେ। ସେତେବେଳେ ପଜିଟିଭ୍ ରେଟ୍ ୨୩.୮ ପ୍ରତିଶତ।
.