ସୁଶାନ୍ତ ସିଂହ ରାଜପୁତଙ୍କ ପରିବାରର ସମର୍ଥନରେ ଆସିଲେ ନିର୍ଭୟାଙ୍କ ମାଆ ଆଶା ଦେବୀ : କହିଲେ ସୁଶାନ୍ତଙ୍କୁ ନିଶ୍ଚୟ ମିଳିବ ନ୍ୟାୟ

Published By : Prameya-News7 Bureau | August 15, 2020 IST

ମୁମ୍ବାଇ ୧୫/୮: ସୁଶାନ୍ତ ସିଂହ ରାଜପୁତଙ୍କ ପରିବାର ଏବେ ରିୟା ଚକ୍ରବର୍ତ୍ତୀଙ୍କ ସହ ଆଇନ ଯୁଦ୍ଧ ଲଢ଼ୁଛନ୍ତି। ସୁଶାନ୍ତଙ୍କ ପୂରା ପରିବାର ତାଙ୍କ ମୃତ୍ୟୁର ଯାଞ୍ଚ ସିବିଆଇଙ୍କ ଦ୍ବାରା କରାଇବାକୁ ଚାହୁଁଛନ୍ତି। ସେ ଲୋକଙ୍କୁ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ସିବିଆଇ ଯାଞ୍ଚ କରିବାକୁ ଦାବି କରିବାକୁ କହୁଛନ୍ତି। ଏବେ ନିର୍ଭୟାଙ୍କ ମାଆ ଆଶା ଦେବୀ ସୁଶାନ୍ତଙ୍କ ପରିବାରର ସମର୍ଥନରେ ଆସିଛନ୍ତି। ସେ କହିଛନ୍ତି ଯେ ସୁଶାନ୍ତଙ୍କ ପରିବାର ସହିତ ପୂରା ଦେଶ ଛିଡ଼ା ହୋଇଛି।

 ଏକ ସାକ୍ଷାତକାରରେ ନିର୍ଭୟାଙ୍କ ମାଆ ଆଶା ଦେବୀ କହିଛନ୍ତି ଯେ ସୁଶାନ୍ତଙ୍କ ଭଉଣୀ ଶ୍ବେତା ସିଂହ କୀର୍ତ୍ତି ଯେଉଁଭଳି ନିଜ ଭାଇଙ୍କ ପାଇଁ ନ୍ୟାୟ ମାଗୁଛନ୍ତି ତାହା ଦେଖି ତାଙ୍କ ମନ ବହୁତ ଦୁଃଖ ହୋଇଛି। ସେ ଶ୍ବେତା ସିଂହ କୀର୍ତ୍ତିଙ୍କୁ ଆଶ୍ବସ୍ତ କରି କହିଛନ୍ତି ଯେ ସେ ଭରସା ରଖନ୍ତୁ,ସତ ସାମନାକୁ ଜରୁରୀ ଆସିବ ଏବଂ ନ୍ୟାୟ ନିଶ୍ଚୟ ମିଳିବ। ନିର୍ଭୟାଙ୍କ ମାଆ ମହାରାଷ୍ଟ୍ର ସରକାର ଏବଂ ମୁମ୍ବାଇ ପୋଲିସର ବ୍ୟବହାର ଉପରେ ମଧ୍ୟ ଅସନ୍ତୁଷ୍ଟ ହୋଇଛନ୍ତି।

 ଆଶା ଦେବୀ ସୁଶାନ୍ତଙ୍କ ବାପାଙ୍କୁ ମ୍ୟାସେଜ ଦେଇ କହିଛନ୍ତି ଯେ ସେ ଧୈର୍ଯ୍ୟ ରଖନ୍ତୁ,ସୁପ୍ରିମ କୋର୍ଟ ଉପରେ ଭରସା ରଖନ୍ତୁ। ପୂରା ଦେଶ ଆପଣଙ୍କ ପୁଅଙ୍କ ସହ ଅଛି ଏବଂ ଆପଣଙ୍କୁ ନ୍ୟାୟ ନିଶ୍ଚୟ ମିଳିବ।

  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.