ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ଜାରି ରହିଛି ବର୍ଷା । ଗୋଟିଏ ପଟେ ଗରମରୁ ଆଶ୍ବସ୍ତି ମିଳିଛି , ହେଲେ ଅନ୍ୟପଟେ ସମସ୍ୟା ବଢ଼ିଯାଇଛି । ପ୍ରବଳ ବର୍ଷାରେ ସମଗ୍ର ରାଜଧାନୀ ଜଳାର୍ଣ୍ଣବ ହୋଇଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ଏହାରି ଭିତରେ ଭାରତୀୟ ପାଣିପାଗ ବିଭାଗ ରାଜଧାନୀକୁ ସୋମାବାର ଓ ମଙ୍ଗଳବାର ପାଇଁ ୟେଲୋ ଆଲର୍ଟ ଜାରି କରିଛି । ଆସନ୍ତା ଦୁଇ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭବନା ରହିଛି । ଆଇଏମଡି ବୈଜ୍ଞାନିକ ସୋମା ସେନ୍ ସମାଚାର ଏଜେନ୍ସି ଏଏନଇକୁ ସାକ୍ଷାତକାର ଦେଇ କହିଛନ୍ତି, ୧୨ ସେଣ୍ଟିମିଟର ବର୍ଷା ଅନୁମାନ କରାଯାଉଥିବା ହେଲେ ବର୍ଷା ସର୍ବାଧିକ ସ୍ତରକୁ ଛୁଇଁଛି ।
wp:embed {"url":"https://www.prameyanews7.com/heavy-rain-fall-himachal-pradesh-punjab-rajastan/","type":"wp-embed","providerNameSlug":"prameya-news-7"}ଆଇଏମଡିର ରିପୋର୍ଟ ମୁତାବକ, ପୁରା ସପ୍ତାହରେ ବର୍ଷା ଜାରି ରହିବ । ଲଗାଣ ବର୍ଷା ଯୋଗୁ ରାଜଧାନୀ ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ୩୨ରୁ ୩୪ ଡିଗ୍ରୀ ରହିବ । ସେହିପରି ନିମ୍ନତମ ତାପମାତ୍ରା ୨୫ ଡିଗ୍ରୀ ସେଲସିୟସ୍ ରହିବ । ଗୁରବାର ଓ ଶୁକ୍ରବାର ବର୍ଷାର ପରିମାଣ କମିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହିପରି ଶନିବାର ଓ ରବିବାର ବର୍ଷାର ପରିମାଣ ପୁଣି ଥରେ ବଢ଼ିବ ।
ଦିଲ୍ଲୀ ସରକାର ପାଣିପାଗ ବୁଲେଟିନରେ କହିଛନ୍ତି, ରାଜଧାନୀରେ ଲଗାଣ ବର୍ଷା ଜାରି ରହିଛି । ଦିଲ୍ଲୀରେ ଯୁମୁନା ନଦୀରେ ଜଳସ୍ତର ୨୦୪.୫ ମିଟର ପାର୍ କରିଛି । ଦିଲ୍ଲୀ ନଦୀରେ ବିପଦ ସଙ୍କେତ ୨୦୫.୩୩ ମିଟର ରହିଛି । ବନ୍ୟା ସ୍ଥିତି ନଜରରେ ନେଇ ଦିଲ୍ଲୀ ସରକାର ଆଗୁଆ ପ୍ରସ୍ତୁତି କରିଛନ୍ତି ।