ପୁରୁଣା କିଲ୍ଲାରେ ଆରମ୍ଭ ହେଲା ଖନନ କାର୍ଯ୍ୟ, G-20 ପ୍ରତିନିଧି ଜାଣିବେ ୨୫୦୦ ବର୍ଷର ଇତିହାସ

Published By : Prameya-News7 Bureau | February 05, 2023 IST

ନୂଆଦିଲ୍ଲୀ ୦୫।୦୨; ଦିଲ୍ଲୀର ଇତିହାସ ବହୁତ ପୁରୁଣା ଏବଂ ଏହାର ରହସ୍ୟ ଅନେକ ପୁରୁଣା ଦୁର୍ଗ ମାନଙ୍କରେ ଦେଖିବାକୁ ମିଳିଥାଏ । ଇତିହାସର ଅନେକ ତଥ୍ୟ ଜାଣିବା ପାଇଁ ପ୍ରତ୍ନତତ୍ବବିତ୍ ମାନେ ଏହି ସ୍ଥାନ ଗୁଡିକର ଖନନ କାର୍ଯ୍ୟ କରିଥାନ୍ତି । ଏବେ ପୁରୁଣା କିଲ୍ଲାର ଇତିହାସ ଜାଣିବା ପାଇଁ ଆରମ୍ଭ ହୋଇଛି ଖନନ କାର୍ଯ୍ୟ । ୧୩ ଜାନୁଆରୀରେ ଏଠାରେ ଆରମ୍ଭ ହୋଇଥିଲା ଖନନ କାର୍ଯ୍ୟ । କୁହାଯାଉଛି କି ଏହି କିଲ୍ଲାରେ ମହାଭାରତ ସମୟର ଇତିହାସ ଲୁଚି ରହିଛି । ତେବେ ଏଥର ASI 'ମହାଭାରତ ଅବଧି'ରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି । ଯାହା ପ୍ରାୟ ୯୦୦ ଖ୍ରୀଷ୍ଟପୂର୍ବର ଅଟେ ।

ତେବେ ପ୍ରତ୍ନତତ୍ତ୍ୱବିତ୍ ବସନ୍ତ ସ୍ୱର୍ଣ୍ଣକରଙ୍କ ନେତୃତ୍ୱରେ ଖନନ କାର୍ଯ୍ୟ ଆରମ୍ଭ ହୋଇଛି । ଏଥର ଖନନ କରିବାର ଆଉ ଏକ ଲକ୍ଷ୍ୟ ଅଛି । ଚଳିତ ବର୍ଷ ସେପ୍ଟେମ୍ବରରେ ଅନୁଷ୍ଠିତ ହେବାକୁ ଥିବା G-20 ସମ୍ମିଳନୀକୁ ଆସୁଥିବା ପ୍ରତିନିଧି ଦଳ ମଧ୍ୟ ଦିଲ୍ଲୀର ଇତିହାସ ସହିତ ପରିଚିତ ହେବେ । ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ୍ ଇଣ୍ଡିଆ (ASI) ମୁଖପାତ୍ର ସ୍ୱର୍ଣ୍ଣକର କହିଛନ୍ତି, G-20 କୁ ଦୃଷ୍ଟିରେ ରଖି ଖନନ କାର୍ଯ୍ୟ କରାଯାଉନାହିଁ। କିନ୍ତୁ ଭାରତକୁ ଆସୁଥିବା ପ୍ରତିନିଧୀଙ୍କ ଆଗରେ ପୁରୁଣା ଦୁର୍ଗ ଉପସ୍ଥାପନ କରାଯିବ । ଯାହା ଦିଲ୍ଲୀର ୨୫୦୦ ବର୍ଷର ଇତିହାସ ଦେଖିବାକୁ ମିଳିବ ।  

ଅନ୍ୟପଟେ ପଦ୍ମଭୂଷଣ ପୁରସ୍କାର ପ୍ରାପ୍ତ ପ୍ରତ୍ନତତ୍ତ୍ୱବିତ୍ ବିବି ଲାଲ ମହାଭାରତ ସମୟ ସହିତ ଏହି ସ୍ଥାନକୁ ଯୋଡିଥିଲେ । ପୁରୁଣା ଦୁର୍ଗ ପାଣ୍ଡବଙ୍କର ଇନ୍ଦ୍ରପ୍ରସ୍ଥ ବୋଲି ଲାଲ ଦାବି କରିଥିଲେ । ଦୁର୍ଗ ଏବଂ ପାଣ୍ଡବ ରାଜ୍ୟ ମଧ୍ୟରେ ଥିବା ସମ୍ପର୍କକୁ ଭାରତ ସରକାର ମଧ୍ୟ ସ୍ୱୀକୃତି ଦେଇଛନ୍ତି ।

ତେବେ ଏହି ଦୁର୍ଗ ବିଷୟରେ କହିବାକୁ ଗଲେ, ଏହା ଇତିହାସ ତୁଳନାରେ ଅଧିକାଂଶ 'ନୂଆ' । ମୋଗଲ ଶାସକ ହୁମାୟୁନ୍ ୧୬ଶ ଶତାବ୍ଦୀରେ ଏହି ଦୁର୍ଗର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।  ଯାହାକି ତାଙ୍କର ନୂତନ ସହର ଦିନପହନ୍ହାର  ଅଂଶ ଥିଲା ।  କିନ୍ତୁ ୧୫୩୯ ମସିହାରେ ଶେରଶାହା ସୁରୀ ହୁମାୟୁନଙ୍କ ସହ ଯୁଦ୍ଧ କରିଥିଲେ । ଏହାପରେ ଶେରଶାହା ସୁରୀ ନିଜ ଅନୁଯାୟୀ ଏହି ଦୁର୍ଗର ପରିବର୍ତ୍ତନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.